Latest Odisha News

BREAKING NEWS

ମଦ ନିଶାରେ ବିଷଧର ସାପକୁ କାମୁଡିବାରୁ ଯୁବକଙ୍କ ମୃତ୍ୟୁ

ଉତ୍ତରପ୍ରଦେଶ: ସାପ ବିଷଧର ହେଉ କି ବିଷହୀନ । ସାପର ନାଁ ଶୁଣିଲେ ବି ଲୋକେ ଭୟ କରନ୍ତି । ସେଥିଲାଗି ଲୋକେ ସାପଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥାନ୍ତି । ହେଲେ ଏବେ ସୋସିଆଲ ମିଡ଼ିଆରେ ସାପକୁ ନେଇ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ । ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଏକ ବିଷଧର ସାପ ସହ ଖେଳିବା ମହଙ୍ଗା ପଡ଼ିଛି ।

ଉତ୍ତରପ୍ରଦେଶର ଦେଓରିଆ ଜିଲାରୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଦେଓରିଆର ଜୟସ୍ୱାଲ ନାମକ ଜଣେ ଯୁବକ ମଦ ନିଶାରେ ସାପ ସହିତ ପଙ୍ଗା ନେବାକୁ ଚେଷ୍ଟା କରିଥିଲେ । ସେ ଏହାକୁ ପ୍ରଥମେ ଏକ ଖେଳନା ଭାବି ସାପ ସହ ଖେଳିଥିଲେ । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ୨୨ ବର୍ଷ ବୟସ୍କ ଯୁବକ ଜୟସ୍ୱାଲ ମଦ୍ୟପାନ କରି ସାପ ସହିତ ଖେଳୁଛନ୍ତି । ସେ ସାପର ଲାଞ୍ଜକୁ ଧରିଛନ୍ତି । ପ୍ରଥମେ ସେ ଏହାକୁ ଧରିଥାନ୍ତି, କିନ୍ତୁ ତା’ପରେ ହଠାତ୍ ସେ ରାଗିକି ସାପକୁ ତଳେ ଫୋପାଡି ଦିଅନ୍ତି । ତଳେ ପଡିବା ପରେ ସାପ ଚେତାଶୂନ୍ୟ ହୋଇଯାଏ । କିନ୍ତୁ ଜୟସ୍ୱାଲ ଜଣକ ତଥାପି ନିଜ କାର୍ଯ୍ୟରୁ ନିବୃତ୍ତ ହୁଅନ୍ତି ନାହିଁ । ସେ ପୁଣି ଥରେ ତା’ସହ ଖେଳିବାକୁ ଲାଗିଥିଲେ । ଜୟସ୍ୱାଲ ସାପକୁ ଅନେକ ଥର କାମୁଡ଼ିବା ପାଇଁ ଚ୍ୟାଲେଞ୍ଜ କରିଥିଲେ । ପରେ ସାପକୁ କାମୁଡ଼ିବାରୁ ଜୟସ୍ୱାଲଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛିିି ।

Leave A Reply

Your email address will not be published.