Latest Odisha News

BREAKING NEWS

ଏୟାର ଇଣ୍ଡିଆ ବିମାନରେ ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ; ମହିଳା ଯାତ୍ରୀଙ୍କ ଉପରେ ପରିଶ୍ରା କଲେ

ନୂଆଦିଲ୍ଲୀ: ମଦୁଆ ଯାତ୍ରୀଙ୍କ ଉନ୍ମତକାଣ୍ଡ। ବିମାନରେ ବସିଥିବା ଜଣେ ବରିଷ୍ଠ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କଲେ ବ୍ୟକ୍ତି। ନଭେମ୍ବର ୨୬ ତାରିଖରେ ଘଟଣା ଘଟିଛି। ଏୟାର ଇଣ୍ଡିଆର ଏକ ବିମାନ ୧୦୨ ଯାତ୍ରୀଙ୍କୁ ନେଇ ନ୍ୟୁୟର୍କରୁ ନୂଆ ଦିଲ୍ଲୀ ଆସୁଥିବା ବେଳେ ଜଣେ ମଦୁଆ ଯାତ୍ରୀ ଏଭଳି ଉନ୍ମତକାଣ୍ଡ ଘଟାଇଛନ୍ତି।

BjdElectrycity

ବିମାନର ବିଜ୍‌ନେସ୍ କ୍ଲାସ୍‌ରେ ବସି ବରିଷ୍ଠ ମହିଳା ନାଗରିକ ଜଣଙ୍କ ଯାତ୍ରା କରୁଥିଲେ। ଲଞ୍ଚ୍ ସରିବା ପରେ ବିମାନରେ ଲାଇଟ୍ ଅଫ୍ କରାଯାଇଥିଲା। ଏହାପରେ ନିଶାଶକ୍ତ ବ୍ୟକ୍ତି ଜଣଙ୍କ ବରିଷ୍ଠ ମହିଳାଙ୍କ ଶିଟ୍ ପାଖକୁ ଆସି ପ୍ରଥମେ ଯୌନାଙ୍ଗ ଦେଖାଇବା ସହିତ ଚେନ୍ ଖୋଲି ତାଙ୍କ ଉପରେ ପରିଶ୍ରା କରିଥିଲେ।

ପରିଶ୍ରା ପରେ ବି ନିଶାଶକ୍ତ ବ୍ୟକ୍ତି ସେମିତି ବୟସ୍କା ମହିଳାଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ। ଏହା ଦେଖି ମହିଳାଙ୍କ ସହ ବସିଥିବା ଜଣେ ସହଯାତ୍ରୀ ଏହାକୁ ବିରୋଧ ଅଭିଯୁକ୍ତକୁ ସେଠାରୁ ଚାଲିଯିବାକୁ କହିଥିଲେ।

ତେବେ ଘଟଣା ସମ୍ପର୍କରେ ପୀଡିତା ଟାଟା ଗ୍ରୁପ ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନ ପାଖରେ ଅଭିଯୋଗ କରିଥିଲେ। ବିମାନରେ ଥିବା କ୍ୟାବିନ କ୍ରୁ ମେମ୍ବରମାନେ ଘଟଣାପ୍ରତି ଆଦୌ ସମ୍ବେଦନଶୀଳ ନଥିଲେ ବୋଲି ମହିଳା ଅଭିଯୋଗ କରିଥିଲେ।  ସେମାନେ କେବଳ ଡ୍ରେସ୍ ଚେଞ୍ଜ୍ କରିବାକୁ ଏକ ପାଇଜାମା ଦେବା ସହ ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଘଟଣା ସମ୍ପର୍କରେ ଟାଟା ଗ୍ରୁପ୍‌ର କହିବା କଥା ହେଲା ଏନେଇ ବିମାନ ପରିଚାଳନା ଅଧିକାରଙ୍କୁ ସୂଚିତ କରାଯାଇଛି। ମାମଲାରେ ତଦନ୍ତ ଜାରି ରହିଛି। ପୀଡିତା ମହିଳା ଓ ତାଙ୍କ ପରିବାର ସହ ତଦନ୍ତକାରୀ ଟିମ୍ ନିୟମିତ ସମ୍ପର୍କରେ ରହିଛନ୍ତି।

କେବଳ ସେତିକି ନୁହେଁ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନୋ ଫ୍ଲାଇଂ ତାଲିକାଭୁକ୍ତ କରିବା ପାଇଁ ବିମାନ କମ୍ପାନୀ ପକ୍ଷରୁ ଏକ ଅନ୍ତର୍ଜାତୀୟ କମିଟି ଗଠନ କରାଯାଇଛି। ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତ ଯାତ୍ରୀଙ୍କୁ ଆଉ କୌଣସି ବିମାନରେ ଯାତ୍ରା କରିବାକୁ ସୁଯୋଗ ମିଳିବ ନାହିଁ।

Leave A Reply

Your email address will not be published.