Latest Odisha News

BREAKING NEWS

ମଦ ନିଶାରେ ମାନବିକତା ଭୁଲି ଗଲେ ପୋଲିସ କର୍ମଚାରୀ…

କୋରାପୁଟ: ମଦ୍ୟପ ପୋଲିସ ବାବୁଙ୍କ ବର୍ବରତା । ଜଣେ ବୃଦ୍ଧ ଦୋକାନୀ ଚା’ ଦେବାରେ ବିଳମ୍ବ କରିବାରୁ ତାଙ୍କ ଉପରକୁ ଗରମ ଚା’ ଢାଳି ଦେଲେ ପୋଲିସ ହାବିଲଦାର । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଘଟିଛି ଏହି ଅମାନବିକତା ଘଟଣା । ଦାମନଯୋଡ଼ି ଥାନାର ହାବିଲଦାର ସାରଥୀ ହୋତା ଏପରି ଗରମ ଚା’ ପକାଇଥିବା ଅଭିଯୋଗ ହୋଇଛି ।

ଗରମ ଚା ପଡି ବୃଦ୍ଧାଙ୍କ ପିଠିରୁ ଚମ ଉଠିଆସିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୃଦ୍ଧାଙ୍କ କହିବାନୁସାରେ, ଗ୍ରାହକଙ୍କୁ ଚା ଦେଉଥିବା ବେଳେ ହାବିଲଦାର ସାରଥୀ ହୋତା ତାଙ୍କ ପଛ ପଟୁ ତାଙ୍କ ଉପରେ ଚା ପକାଇ ଦେଇଥିଲେ । ସେତେବେଳେ ସେ ନିଶାରେ ଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।

Leave A Reply

Your email address will not be published.