Latest Odisha News

ପୁରୀ ସ୍ୱର୍ଗଦ୍ୱାରରେ ଶବ ଦାହର ଡ୍ରାଏ ରନ ଆରମ୍ଭ

ପୁରୀ: ବଦଳୁଛି ପୁରୀ ସ୍ୱର୍ଗଦ୍ୱାରର ଚିତ୍ର। ସୁ-ବ୍ୟବସ୍ଥିତ ଢଙ୍ଗରେ ପୁରୁଣା ସ୍ୱର୍ଗଦ୍ୱାର ପାଇଛି ନୂଆରୂପ।

ସୂଚନା ଅନୁଯାୟୀ ଆଜିଠାରୁ ପୁରୀ ସ୍ୱର୍ଗଦ୍ୱାରରେ ଆରମ୍ଭ ହୋଇଛି ଶବ ଦାହର ଡ୍ରାଏ ରନ। ଜିଲ୍ଲପାଳ ସମର୍ଥ ବର୍ମା ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଡ୍ରାଏ ରନ କରାଯାଇଛି। ସ୍ୱର୍ଗଦ୍ୱାର ଉନ୍ନତିକରଣ ପରେ ନିର୍ମାଣ ହୋଇଥିବା ଶବ ଦାହ ସ୍ଥାନରେ କିଭଳି ଶବ ସଂସ୍କାର ସହଜରେ ହୋଇପାରୁଛି। ନା ଆଉ କଣ ଅସୁବିଧା ହେଉଛି ସେନେଇ ଏହି ଡ୍ରାଏ ରନ କରାଯାଉଛି।

ଖାଲି କାଠକୁ ଜଳାଯାଇ ଏହି ଡ୍ରାଏ ରନ କରାଯାଇଥିଲା। ଶବଦାହ ସ୍ଥାନରେ ଏକକାଳୀନ ଏକାଧିକ ଶବଦାହ କିଭଳି ସମ୍ଭବ ହୋଇପାରିବ ତାକୁ ଦେଖାଯାଇଥିଲା। ସ୍ୱର୍ଗଦ୍ୱାର ଉନ୍ନତିମୂଳକ କାର୍ଯ୍ୟ ଓ ପୁନଃରୁଦ୍ଧାର ପାଇଁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି ୫ କୋଟି ଟଙ୍କା ।

ଏଥିରେ ଶବଦାହ ପିଣ୍ଡି ସାଙ୍ଗକୁ, ଅସ୍ଥି ରଖିବା ପାଇଁ ଲକର, ପାନୀୟ ଜଳ ବ୍ୟବସ୍ଥା, ସିସିଟିଭିର ବ୍ୟବସ୍ଥା, ଅପେକ୍ଷା ଗୃହ, ଟଏଲେଟ, ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ଅନେକ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି। ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ପୁରୀ ସ୍ୱର୍ଗଦ୍ୱାରର ବିକାଶ କରାଯାଇଥିବା ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.