ନୂଆଦିଲ୍ଲୀ: ଏପ୍ରିଲ୍ ୧, ୨୦୨୧ରୁ ସମସ୍ତ ନୂତନ ଯାତ୍ରୀବାହୀ ଯାନରେ ଡୁଆଲ୍ ଏୟାରବ୍ୟାଗ ରହିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଦେଶ ଦେଇଛି ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପୁରୁଣା ମଡେଲଗୁଡିକରେ ଏୟାରବ୍ୟାଗ ଲଗାଇବା ପାଇଁ ଅଗଷ୍ଟ ୩୧, ୨୦୨୧ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି। ବର୍ତ୍ତମାନର ସୁରକ୍ଷା ମାନଦଣ୍ଡ ଅନୁଯାୟୀ, ଭାରତରେ ବିକ୍ରି ହେଉଥିବା ଯାତ୍ରୀବାହୀ କାରଗୁଡିକରେ କେବଳ ଗୋଟିଏ ଏୟାରବ୍ୟାଗ ଯୋଗାଇ ଦିଆଯାଉଛି।
ଆଉ ଏକ ଅତିରିକ୍ତ ଏୟାରବ୍ୟାଗ ଯୋଡିଲେ ଛୋଟ ହ୍ୟାଚବ୍ୟାକ୍ ମୂଲ୍ୟ ୫୦୦୦- ୮,୦୦୦ ଟଙ୍କା ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଜଣେ ଇଣ୍ଡଷ୍ଟ୍ରି ଏକଜିକୁଟିଭଙ୍କ ସୂତ୍ରରୁ ପ୍ରକାଶ।
Comments are closed.