Latest Odisha News

BREAKING NEWS

ଦୁବାଇରେ ବିଶ୍ୱର ପ୍ରଥମ AI ସେଫ୍…

ଦୁବାଇ: AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବର୍ତ୍ତମାନ୍ ସାରା ବିଶ୍ବରେ ଚର୍ଚ୍ଚାରେ ରହିଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଦୁବାଇରେ ସେପ୍ଟେମ୍ବର ମାସରେ ବୁର୍ଜ ଖଲିଫା ନିକଟରେ ଖୁବ୍‌ଶୀଘ୍ର ଏକ ନୂତନ ରେଷ୍ଟୁରାଣ୍ଟ WOOHOO ଖୋଲିବାକୁ ଯାଉଛି। ଯେଉଁଠାରେ AI ସେଫ୍ ରହିବେ।

ତେବେ ଏପରି କରିବାରେ ଦୁବାଇ ବିଶ୍ବରେ ପ୍ରଥମ ହେବ। ଏହି ରେଷ୍ଟୁରାଣ୍ଟରେ ଖାଦ୍ୟ AI ଦ୍ୱାରା ପ୍ରସ୍ତୁତ କରାଯିବ ନାହିଁ ବରଂ ରେଷ୍ଟୁରାଣ୍ଟର ମେନୁ, ପରିବେଶ ଏବଂ ସେବା ଏକ ସ୍ୱତନ୍ତ୍ର AI ମଡେଲ୍ “ସେଫ୍ ଆଇମାନ”ଙ୍କ ଦ୍ୱାରା ଡିଜାଇନ୍ କରାଯିବ। ଏକ ରିପୋର୍ଟ ଅନୁଯାୟୀ, WOOHOO ର ସହ-ପ୍ରତିଷ୍ଠାତା ଅହମ୍ମଦ ଓଟୁନ୍ ଦାବି କରିଛନ୍ତି ଯେ ଏହି LLM (ବଡ଼-ଭାଷା ମଡେଲ୍) ର, ନାମ “AI” ଏବଂ “man” ର ମିଶ୍ରଣ ଦ୍ଵାରା ରଖାଯାଇଛି ଓ ଏହା ଏକ ଦଶନ୍ଧି ଧରି ଖାଦ୍ୟ ବିଜ୍ଞାନ ଗବେଷଣା, ଆଣବିକ ରଚନା ତଥ୍ୟ ଏବଂ ପାରମ୍ପରିକ ରୋଷେଇରେ ହଜାରରୁ ଅଧିକ ରେସିପି ଉପରେ ତାଲିମ ଦିଆଯାଇଛି।

ଏହାକୁ ତିଆରି କରିଥିବା ବିଶେଷଜ୍ଞ ମାନେ କହିଛନ୍ତି ଯେ AI ଖାଦ୍ୟ ସାମଗ୍ରୀଗୁଡ଼ିକୁ ଛୋଟ ଛୋଟ ପ୍ରଣାଳୀରେ ବିଭକ୍ତ କରେ। ଯେପରିକି ଖାଦ୍ୟର ସ୍ଵାଦ ତଥା ଖାଦ୍ୟର ଟେକ୍ସଚର ଇତ୍ୟାଦିକୁ ସଠିକ୍ ଭାବରେ ଦର୍ଶାଇଥାଏ। ଏହାପରେ ଅନ୍ୟ ଆବଶ୍ୟକୀୟ ସାମଗ୍ରୀକୁ ମିଶ୍ରଣ କରି ଏକ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରିଥାଏ। ଯାହାପରେ ମାନବ ରୋଷେୟା ଏହାକୁ ଚାଖି ଥାଆନ୍ତି ଓ ଆବଶ୍ୟକ ହେଲେ ନିର୍ଦ୍ଦେଶ ଦେଇ ଏହାକୁ ଉନ୍ନତ କରାଯାଇଥାଏ। ତେବେ ଏହି କାର୍ଯ୍ୟ ଦୁବାଇ ସେଫ୍ ରିଫ୍ ଓଥମାନଙ୍କ ନେତୃତ୍ୱରେ ଚାଲିଥିବା ଜଣାପଡ଼ିଛି।

 

Comments are closed.