Latest Odisha News

BREAKING NEWS

ଆମ୍ବୁଲାନ୍ସର ଝଟକା ବିଧବା ମହିଳାଙ୍କୁ କରିଦେଲା ସଧବା

କୋହ୍ଲାପୁର: ଅନେକ ବିଚିିତ୍ର ଘଟଣା ଏହି ଦୁନିଆରେ ଘଟିଥାଏ । ବିଜ୍ଞାନ ଉପରେ ସମ୍ପୂର୍ଣ୍ଣ ଭରୋଷା କରୁଥିଲେ ମଧ୍ୟ ଏ ଭଳି କିଛି ଘଟଣା ଘଟିଯାଏ ଯାହା ସ୍ୱତଃ ମନରେ ଭଗବାନଙ୍କ ପ୍ରତି ବିଶ୍ୱାସ ବଢ଼ାଇ ଦେଇଥାଏ । ଏ ଭଳି ଏକ ଘଟଣା ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଛି । ଏଠାରେ ୬୫ ବର୍ଷୀୟ ପାଣ୍ଡୁରଙ୍ଗ ଉଲପେଙ୍କୁ ଡାକ୍ତର ମୃତ ଘୋଷିତ କରିଥିଲେ । ତାଙ୍କ ପତ୍ନୀ ମନଦୁଃଖରେ ଆମ୍ବୁଲାନ୍ସରେ ବସି ଘରକୁ ଫେରୁଥିଲେ । ଘରେ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ନିଜକୁ ବିଧବା ଭାବେ ଗ୍ରହଣ କରିବାକୁ ୬୫ ବର୍ଷୀୟା ପାଣ୍ଡୁରଙ୍ଗଙ୍କ ପତ୍ନୀ ଚାହୁଁ ନ ଥିଲେ । ସେ ଭଗବାନଙ୍କୁ ଏଥିପାଇଁ ଦାୟୀ କରୁଥିଲେ ।

ହଠାତ ଏକ ସ୍ପିଡ ବ୍ରେକରରେ ଆମ୍ବୁଲାନ୍ସ ଦ୍ରୁତ ବେଗରେ ଚଢ଼ିଯିବାରୁ ବଡ ଧରଣର ଝଟକା ଲାଗିଥିଲା । ଏହି ଘଟଣା ପରେ ହଠାତ ପାଣ୍ଡୁରଙ୍ଗଙ୍କ ହାତ ହଲିବା ଆରମ୍ଭ ହୋଇଥିଲା । ଆମ୍ବୁଲାନ୍ସ ଘରକୁ ଫେରିବା ପରିବର୍ତେ ଡାକ୍ତରଖାନାକୁ ଛୁଟିଥିଲା । ଏହା ପରେ ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ଯୋଗୁ ପାଣ୍ଡୁରଙ୍ଗଙ୍କୁ ବଂଚା ଯାଇ ପାରିଥିଲା । ୧୫ ଦିନ ପରେ ସେ ଯେତେବେଳେ ଘରକୁ ଫେରୁଥିଲେ ତାଙ୍କ ପତ୍ନୀ ମନେ ମନେ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲେ । ସେ ବିଧବାରୁ ପୂନର୍ବାର ସଧବା ପାଲଟି ଯାଇଥିଲେ । ଘଟଣାଟି ମହାରାଷ୍ଟ୍ରରେ ବେଶ ଚର୍ଚ୍ଚାର କାରଣ ସାଜିଛି ।

Comments are closed.