Latest Odisha News

BREAKING NEWS

କରୋନା ଆକ୍ରାନ୍ତଙ୍କ ପାଇଁ ବୋମା ମାଡ଼; ଜଣେ ଆହତ

ବ୍ରହ୍ମଗିରି: କରୋନା ସଂକ୍ରମିତ ଗୁଜବକୁ ନେଇ ନିଶିଭଅଁର ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ ହୋଇଥିବା ସୂଚନା ମିଳିଛି। ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗୁରୁବାର ଦିନ ଏହି ଗାଁରେ ଜଣେ କରୋନା ପଜିଟିଭ ଚିହ୍ନଟ ପରେ ସେହି କରୋନା ରୋଗୀ ସହ ମିଶିଥିବା ଗୁଜବକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ହାତାହାତି ହୋଇଥିଲା।

ଏହି ଘଟଣାକୁ କେନ୍ଦ୍ର କରି ଶୁକ୍ରବାର ସକାଳୁ ଦୁଇ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ବୋମାମାଡ। ଏଥିରେ ଜଣେ ଆହତ ହୋଇଥିବା ଜଣାପଡିଛି ।ଆହତଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ପୁରୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comments are closed.