Latest Odisha News

ଆସିପାରିଲାନି ଆମ୍ବୁଲାନ୍ସ : ପୁଣି ଖଟିଆ ପାଲଟିଲା ପ୍ରସୂତିଙ୍କ ସାହାଭରସା

ସୁବର୍ଣ୍ଣପୁର: ସରକାର ଗ୍ରାମାଞ୍ଚଳ ଗୁଡିକରେ ଉତ୍ତମ ରାସ୍ତାଘାଟର ସୁବିଧା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି  । କିନ୍ତୁ କେଉଁଠି ନା କେଉଁଠି ତାହା ଫେଲ ମାରୁଛି । ଆଜି ବି ଏମିତି କିଛି ଗାଁ ରହିଛି ଲୋକେ ମୌଳିକ ସୁବିଧା ପାଇବା ତ ଦୂରର କଥା ଏଠାକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ବି ନାହିଁ । ଗାଁକୁ ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନା ବଜାର ଘାଟ ଯାଇପାରୁଛନ୍ତି ନା ପିଲାମାନେ ସ୍କୁଲକୁ ଯାଇପାରୁଛନ୍ତି । ଏପରିକି ଗାଁରେ କାହାରି ଦେହ ଅସୁସ୍ଥ ହେଲେ ଆମ୍ବୁଲାନ୍ସ ଟିଏ ବି ଆସିପାରୁନି  । ଏମିତି କିଛି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ବ୍ଲକ ଫବସିପାଲି ଗାଁରେ  ।

ଫବସିପାଲି ଗାଁର ଫିରୋଜ ମିର୍ଦ୍ଧାଙ୍କ ପତ୍ନୀ ଗୋଲାପି ମିର୍ଦ୍ଧାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେବାକୁ ଅମ୍ବୁଲାନ୍ସକୁ ଫୋନ୍ କରିଥିଲେ । ହେଲେ ସବୁଦିନିଆ ରାସ୍ତା ନଥିବାରୁ ଗାଁକୁ ଅମ୍ବୁଲାନ୍ସ ଯାଇ ପାରି ନଥିଲା l ଫଳରେ ପରିବାର ଲୋକ ବିଲ ହିଡ ଦେଇ ପ୍ରାୟ ଦୁଇ କିଲୋମିଟର ଏକ ଖଟିଆ ଯୋଗେ ପ୍ରସୂତି ମହିଳାଙ୍କୁ ଆଣୁଥିଲେ l ହେଲେ ଅଧା ବାଟରେ ମହିଳା ଜଣକ ପ୍ରସବ କରିଥିଲେ l ଗାଁକୁ ରାସ୍ତା ନଥିବାରୁ ଖରା ବର୍ଷା ଶିତ ସବୁଦିନ ବିଲ ହିଡ ଦେଇ ଯାତାୟତ କରନ୍ତି ଗ୍ରାମବାସୀ l ଏନେଇ ବାରମ୍ବାର ଗାଁଲୋକେ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ବି କିଛି ସୁଫଳ ମିଳିପାରିନି  ।

Leave A Reply

Your email address will not be published.