Latest Odisha News

କାହିଁକି ଶାହାରୁଖ୍‌ ଏବଂ ଅକ୍ଷୟ କୁମାର କେବେ ଏକାଠି ଫିଲ୍ମ କରିନାହାନ୍ତି?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଶାହାରୁଖ ଖାନ୍‌ ଏବଂ ଅକ୍ଷୟ କୁମାର କେବେ ବି ଏକାଠି କାମ କରିନାହାଁନ୍ତି। ଦୁହେଁ କୌଣସି ଫିଲ୍ମ କିମ୍ବା କୌଣସି ପ୍ରୋଜେକ୍ଟ ପାଇଁ ଏକାଠି ହୋଇନାହାଁନ୍ତି। ଏହା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଥିବା ଜଣାଯାଏ। ଯାହା ଶାହାରୁଖ ଖାନ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ।

ଅକ୍ଷୟ କୁମାର ଏବଂ ଶାହାରୁଖ ଖାନ। ଜଣେ ବଲିଉଡ୍‌ର ଖିଲାଡୀ କୁମାର ହେଲେ ଆଉ ଜଣେ କିଙ୍ଗ୍‌ ଖାନ୍‌। କିନ୍ତୁ ଆଜି ପର୍ଯ୍ୟନ୍ତ ଦୁହେଁ ଏକାଠି କାମ କରିନାହାଁନ୍ତି। ଏହାର କାରଣ ହେଉଛି ଉଭୟଙ୍କ ଜୀବନଶୈଳୀ। ଶାହରୁଖଙ୍କ ଅନୁଯାୟୀ ଅକ୍ଷୟ ସକାଳୁ ଉଠନ୍ତି ଏବଂ ବିଳମ୍ବିତ ରାତିରେ ସୁଟିଂ କରିବାକୁ ପସନ୍ଦ କରନ୍ତି ନାହିଁ। କିନ୍ତୁ ଶାହରୁଖ ଖାନ ଦିନରେ ବହୁତ କମ୍ ସୁଟିଂ କରନ୍ତି, ସେ ସବୁବେଳେ ରାତିରେ ସୁଟିଂ କରିବାକୁ ପସନ୍ଦ କରନ୍ତି। ଏହା ବ୍ୟତୀତ, ଯେତେବେଳେ ଅକ୍ଷୟ ନିଦରୁ ଉଠନ୍ତି, ସେତେବେଳେ ଶାହାରୁଖ ଶୋଇବାକୁ ଯାଆନ୍ତି। ତେଣୁ ଉଭୟଙ୍କ ପାଇଁ ଏକ ସମୟରେ କାମ କରିବା ସମ୍ଭବ ନୁହେଁ ବୋଲି ଶାହାରୁଖ୍‌ କହିଥିଲେ।

ତେବେ ଏହାର ଅର୍ଥ ନୁହେଁ ଯେ ଶାହାରୁଖ ଅକ୍ଷୟଙ୍କ ସହ କାମ କରିବାକୁ ଚାହୁଁନାହାଁନ୍ତି। ତାଙ୍କ କହିବାନୁସାରେ, ସେ ଅକ୍ଷୟଙ୍କ ସହ କାମ କରିବାକୁ ଚାହୁଁଛନ୍ତି କିନ୍ତୁ ଏହା କେବେ ଘଟିବ ତାହା ତ ସମୟ କହିବ।

Comments are closed.