Latest Odisha News

BREAKING NEWS

ଡ୍ୟୁକ ବଲ ବିବାଦ: ତଦନ୍ତ ପାଇଁ ରାଜି ହେଲା କମ୍ପାନୀ

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ଟେଷ୍ଟରେ ଡ୍ୟୁକ ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ବଲ ସଙ୍ଗେ ସଙ୍ଗେ ନରମ ହୋଇ ଯାଇଥିବାରୁ ଏହା ଟେଷ୍ଟ ମ୍ୟାଚକୁ ପ୍ରଭାବିତ କରୁଥିବା ଅଭିଯୋଗ ହୋଇଥିଲା । ଏବେ ଏହି ଡ୍ୟୁକ ବଲକୁ ପ୍ରସ୍ତୁତ କରୁଥିବା କମ୍ପାନୀ ବଲକୁ ପରୀକ୍ଷଣ ପାଇଁ ନେବା ସହ ତଦନ୍ତ ପାଇଁ ରାଜି ହୋଇଛି । ଟିମ ଇଣ୍ଡିଆ ଅଧିନାୟକ ଶୁଭମନ ଗିଲ ଅମ୍ପାୟରଙ୍କ ନିକଟରେ ବଲକୁ ନେଇ ଅଭିଯୋଗ କରିଥିଲେ । ଇଂଲଣ୍ଡର ପୂର୍ବତନ ପେସ ବୋଲର ଷ୍ଟୁଆର୍ଟ ବ୍ରଡ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ବ୍ରିଟିଶ ବଲ କମ୍ପାନୀ ଲିମିଟେଡର ମାଲିକ ଦୀପକ ଜଜୋଡିଆ କହିଛନ୍ତି, ଆମେ ବଲଗୁଡିକ ସଙ୍ଗରେ ନେଇଯିବୁ । ସେଠାରେ ଆବଶ୍ୟକ ପରୀକ୍ଷଣ କରିବା ପରେ ଚମଡା ବ୍ରିକେତାଙ୍କ ସହ ମଧ୍ୟ ଆଲୋଚନା ହେବ । ଏହା ପରେ ଯଦି ବଦଳାଇବା ଆବଶ୍ୟକ ପଡେ ତାହାହେଲେ ନୂଆ ବଲ ପ୍ରସ୍ତୁତ କରାଯିବ । ଯଦି ସବୁ କିଛି ଠିକଠାକ ରୁହେ ତେବେ କିଛି ପରିବର୍ତନ କରାଯିବ ନାହିଁ ବୋଲି ଦୀପକ କହିଛନ୍ତି । ପ୍ରାୟ ୧୫୦ ବର୍ଷ ଧରି ଏହି ବଲ ବ୍ୟବହାର ହେଉଛି । ସିଲେଇ ଓ ଗାଢ଼ ରଙ୍ଗ ଯୋଗୁ ଏହି ବଲ କ୍ରିକେଟପ୍ରେମୀ ଓ ଖେଳାଳିଙ୍କ ବେଶ ପସନ୍ଦ । ୩୦ ଓଭର ମଧ୍ୟରେ ବଲ ନରମ ହୋଇଯିବାକୁ କେହି ଗ୍ରହଣ କରିପାରୁ ନାହାନ୍ତି ।

Comments are closed.