Latest Odisha News

BREAKING NEWS

ଦୁଲୀପ ଟ୍ରଫି: ଦ୍ୱିତୀୟ ରାଉଣ୍ଡ ପାଇଁ ଘୋଷଣା ହେଲା ଟିମ

ନୂଆଦିଲ୍ଲୀ: ଦୁଲୀପ ଟ୍ରଫି ୨୦୨୪ ଖେଳୁଥିବା ଟିମଗୁଡିକ ମଧ୍ୟରୁ କେତେଜଣ ଖେଳାଳି ବାଂଲାଦେଶ ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଫଳରେ ଦ୍ୱିତୀୟ ରାଉଣ୍ଡ ପାଇଁ ମଙ୍ଗଳବାର ୪ଟି ଟିମରେ କେତେକ ପରିବର୍ତନ କରାଯାଇଛି । ୧୨ ସେପ୍ଟମ୍ବରରୁ ଅନନ୍ତପୁରରେ ଏହି ପର୍ଯ୍ୟାୟର ମୁକାବିଲା ଆରମ୍ଭ ହେବ । ଇଣ୍ଡିଆ ଏ, ଇଣ୍ଡିଆ ବି ଓ ଇଣ୍ଡିଆ ଡି ଟିମରେ କିଛି ପରିବର୍ତନ କରାଯାଇଥିବା ବେଳେ ଇଣ୍ଡିଆ ସି ଅପରିବର୍ତିତ ରହିଛି । ମୟଙ୍କ ଅଗ୍ରୱାଲଙ୍କୁ ଇଣ୍ଡିଆ ଏର ଅଧିନାୟକ ନିଯୁକ୍ତ କରାଯାଇଛି । ଶୁଭମନ ଗିଲଙ୍କ ସ୍ଥାନରେ ରେଲୱେର ପ୍ରଥମ ସିଂ, କେଏଲ ରାହୁଲଙ୍କ ବଦଳରେ ବିଦର୍ଭର ଅକ୍ଷୟ ୱାଡକର ଓ ଧ୍ରୁବ ଜୁରେଲଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର ଏସକେ ରଶୀଦଙ୍କୁ ଦଳରେ ସାମିଲ କରାଯାଇଛି ।

କୂଲଦୀପ ଯାଦବଙ୍କ ସ୍ଥାନ ନେବେ ବାମହାତୀ ସ୍ପିନର ଶମ୍ସ ମୂଲାନୀ ଏବଂ ଆକାଶଦୀପ ବଦଳରେ ଆକିବ ଖାଁ ଖେଳିବେ । ସେହିପରି ଇଣ୍ଡିଆ ବିର ଯଶସ୍ୱୀ ଜୈସୱାଲ ଓ ରିଷଭ ପନ୍ତଙ୍କ ସ୍ଥାନରେ ସୂୟଶ ପ୍ରଭୂଦେଶାଇ ଓ ରିଙ୍କୁ ସିଂଙ୍କୁ ସାମିଲ କରାଯାଇଛି । ଇଣ୍ଡିଆ ଡିର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ସ୍ଥାନରେ ହରିୟାଣାର ନିଶାନ୍ତ ସିନ୍ଧୁଙ୍କୁ ଚୟନ କରାଯାଇଛି । ତୁଷାର ଦେଶପାଣ୍ଡେ ଆଘାତ ସମସ୍ୟା ଯୋଗୁ ଓହରିଯିବା ଫଳରେ ତାଙ୍କ ସ୍ଥାନରେ ବିଦ୍ୱଥ କାୱରପ୍ପାଙ୍କ ସୁଯୋଗ ମିଳିଛି ।

Comments are closed.