Latest Odisha News

BREAKING NEWS

କଟକରୁ ଲକ୍ଷାଧିକ ଟଙ୍କାର ନକଲି କରୋନା ଔଷଧ ଜବତ

କଟକ : କଟକରୁ ନକଲି କରୋନା ଔଷଧ ଠାବ । କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲର ଗୋଦାମ ଉପରେ ଚଢ଼ାଉ ବେଳେ ଏହି ସବୁ ନକଲି ଔଷଧ ଜବତ କରାଯାଇଛି । ଜିଲ୍ଲା ଡ୍ରଗ୍ସ ଡିପାର୍ଟମେଣ୍ଟର ଚଢ଼ାଉ ବେଳେ ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଛି । ଉତ୍ତରପ୍ରଦେଶର ମ୍ୟାକ୍ସ ରିଲିଫ ହେଲଥ କେୟାର ନାମକ କମ୍ପାନୀରୁ ଏହି ଔଷଧ ଆସୁଥିଲା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, କଟକ କନିା ଛକରେ ରହିଛି ଏହି ମେଡିସିନ୍ ହୋଲସେଲ ଗୋଦାମ । ଖବର ପାଇ ଏହି ଗୋଦାମରେ ଚଢ଼ାଉ କରାଯାଇଥିଲା । ବେଶ ସତର୍କତାର ସହିତ ଏହି ଚଢ଼ାଉ କରିଥିଲା ଡ୍ରଗ୍ସ ଡିପାର୍ଟମେଣ୍ଟ । ତେବେ ଚଢ଼ାଉ ବେଳେ ଯେଉଁ ସବୁ ନକଲି ମେଡିସନ୍ ଜବତ ହୋଇଥିଲା, ସେଥିରେ ଥିଲା ବିପୁଳ ପରିମାଣର ନକଲି କରୋନା ଔଷଧ ଥିଲା । ଏହି ହୋଲସେଲର ଜଣକ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଏସବୁ ନକଲି ଔଷଧ ପଠାଉଥିଲେ । ଏହି ଘଟଣାରେ ତଦନ୍ତ ଜାରି ରହିଛି । ହୋଲସେଲରଙ୍କ ବିରୁଦ୍ଧରେ ଡ୍ରଗ୍ସ ଆଣ୍ଡ କସମେଟିକ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଡ୍ରଗ ଇନ୍ସପେକ୍ଟର ଜଗନ୍ନାଥ ମଲ୍ଲିକ । ହୋଲସେଲର ମାଲିକ ଜଣଙ୍କ ଦୀର୍ଘଦିନ ହେବ ଉତ୍ତରପ୍ରଦେଶରୁ ଏହି ନକଲି ମେଡିସିନ୍ ଆଣି ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଉଥିଲେ ବୋଲି ଜଣାପଡିଛି ।

Leave A Reply

Your email address will not be published.