ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ବଡବିରୁଆଁ ଛକ ନିକଟରୁ ବିପୁଳ ପରିମାଣର ନକଲି ଗୁଣ୍ଡି ଜବତ କରିଛି ପୋଲିସ। ଏକ କାର ଯୋଗେ ନକଲି ଗୁଣ୍ଡି ଚାଲାଣ ହେଉଥିବା ବେଳେ କାର ସମେତ ଏହି ନକଲି ଗୁଣ୍ଡି ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗୁରଫ କରିଛି।
ସୂଚନାମୁତାବକ ନକଲି ଗୁଣ୍ଡି ଚାଲାଣ ହେଉଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ପୋଲିସ ସଦଳବଳେ ବଡ଼ ବିରୁହାଁ ଛକ ନିକଟରେ ଜଗି ରହି କାର ସହ ନକଲି ଗୁଣ୍ଡି ଜବତ କରିବାରେ ସକ୍ଷମ ହୋଇଛି। ଏହି ଗୁଣ୍ଡି ବିଭିନ୍ନ ବଜାରରେ ଖୋଲାରେ ବିକ୍ରି ହେଉଥିବା ଜଣାପଡିଛି।
ଏହି ନକଲି ଗୁଣ୍ଡି କେଉଁଠି ତିଆରି ହେଉଛି ଓ କେଉଁମାନେ ଏଥିରେ ସାମିଲ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ କରୁଛି। ଅନ୍ୟପଟେ ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।
Comments are closed.