କଟକ : କଟକରେ ଥମୁନି ନକଲି କାରବାର । ପ୍ରତିଦିନ କିଛି ନା କିଛି ନକଲି ସାମଗ୍ରୀ ଜବତ କରୁଛି ପୋଲିସ । କମ୍ପାନୀ ସିଜ୍ ହେଉଥିବା ବେଳେ, ଅନେକଙ୍କୁ ଗିରଫ କରୁଛି । ଏହାସତ୍ତ୍ବେ ବି ଖୁଲମଖୁଲା ଚାଲିଛଇ ନକଲି କାରବାର । ଆଜି ପୁଣି ମାଲଗୋଦାମ ଅଞ୍ଚଳରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ଜର୍ଦା, ଗୁଟଖା, ପାନ ମସଲା ଓ ମାଦକ ଦ୍ରବ୍ୟ । ତିନୋଟି ଗୋଦାମ ଉପରେ ପୋଲିସ ଓ ସିଏମସି ଟିମ ଏକାସାଙ୍ଗରେ ଚଢାଉ କରି ୧୦ କ୍ବିଣ୍ଟାଲ ସାମଗ୍ରୀ ଜବତ କରିବା ସହ ଜଣଙ୍କୁ ଅଟକ ରଖିଛି ।
ଗୁଟଖା ଓ ଜର୍ଦ୍ଦାରେ ନିକୋଟିନ ବ୍ୟବହାରକୁ ରାଜ୍ୟ ସରକାର ୧୦ ବର୍ଷ ହେବ ଅସିଦ୍ଧ ଘୋଷଣା କରିଥିଲେ । କୋଟି କୋଟି କୋଟି ଟଙ୍କା ରାଜସ୍ବ ହାନି ହେଉଥିଲେ ସୁଦ୍ଧା ନାଗରିକଙ୍କ ସ୍ବାସ୍ଥ୍ୟକୁ ସରକାର ଗୁରୁତ୍ୱ ଦେଇଥିଲେ । ତେବେ ଅସାଧୁ ଓ ମୁନାଫା ଖୋର ବ୍ୟବସାୟୀ ଏହାକୁ ନ ମାନି ମାଦକ ଦ୍ରବ୍ୟର ବ୍ୟବହାର କରି ଚାଲିଛନ୍ତି । ଜବତ ହୋଇଥିବା ଗୁଟଖା ଓ ଜର୍ଦ୍ଦାର ସାମ୍ପୁଲ ପରୀକ୍ଷା ପାଇଁ ପଠାଯାଇଛି । ଏହି ସବୁ ନକଲି ସାମଗ୍ରୀ କଟକ ସହ ଆଖପାଖ ଅଞ୍ଚଳକୁ ଯୋଣ ହେଉଥିଲା ବୋଲି କହିଛି ପୋଲିସ ।
Comments are closed.