କଟକ : କଟକରୁ ପୁଣି ଠାବ ହେଲା ନକଲି ମସଲା ଫ୍ୟାକ୍ଟ୍ରି । ଚଢ଼ାଉ ପରେ ବିପୁଳ ପରିମାଣର ନକଲି ହଳଦୀ ଓ ଲଙ୍କା ଗୁଣ୍ଡ ମସଲା ଜବତ ହୋଇଛି । କଟକ ବେଣ୍ଟକାର ଥାନା ଝିଙ୍କିରିଆ ଠାରେ ଦୀର୍ଘଦିନ ହେବ ଚାଲୁଥିଲା ଏହି ନକଲି ମସଲା କାରଖାନା । ନକଲି ମସଲା କାରବାର ଘଟଣାରେ କମ୍ପାନୀ ମାଲିକ ଅଜୟ ଦାସଙ୍କୁ ଅଟକ ରଖିଛି ବେଣ୍ଟକାର ଥାନା ପୋଲିସ ।
ବାରମ୍ବାର କଟକରୁ ଜବତ ହବାରେ ଲାଗିଛି ନକଲି ସାମଗ୍ରୀ । କେତେବେଳେ ନକଲି ଖାଇବା ତେଲ, ତ ଆଉ କେତେବେଳେ ନକଲି ମୋବିଲ, ସସ୍, ମସଲା, ସିମେଣ୍ଟ, ଗୁଟଖା, ଘିଅ ଆଦି ସାମଗ୍ରୀ ଜବତ ହେଉଛି । ଏହା ପୂର୍ବରୁ ଜଗତପୁର ପୀରବଜାରରୁ ଠାବ ହୋଇଥିଲା ନକଲି ସିମେଣ୍ଟ ଗୋଦାମ । ବିଭିନ୍ନ ବ୍ରାଣ୍ଡର ବିପୁଳ ପରିମାଣର ସିମେଣ୍ଟ ଜବତ କରାଯାଇଥିଲା । ବାରମ୍ବାର ଏଠାରୁ ନକଲି ସାମଗ୍ରୀ କାରବାର ହେଉଥିବା ବେଳେ, ପୋଲିସ ପକ୍ଷରୁ ମଧ୍ୟ ଚଢ଼ାଉ ଜାରି ରହିଛି ।
Comments are closed.