Latest Odisha News

BREAKING NEWS

ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ

ଭଦ୍ରକ: ନକଲି ଜର୍ଦ୍ଦା ସ୍କୁଟିରେ ବିକିବାକୁ ନେଉଥିବାବେଳେ ପୋଲିସ ଧରିଛି । ଭଦ୍ରକ ସହରାଞ୍ଚଳ ପୋଲିସ ଶୁକ୍ରବାର ଏଭଳି ଜଣେ ନକଲି ଜର୍ଦ୍ଦା ବେପାରୀକୁ ଗିରଫ କରିଛି ପୋଲିସ। ପରେ ପୋଲିସ ଅଭିଯୁକ୍ତର ଘର ଉପରେ ଚଢ଼ାଉ କରିଥିଲା । ୫ ଲକ୍ଷରୁ ଅଧିକ ମୂଲ୍ୟର ନକଲି ଜର୍ଦ୍ଦା ଘରୁ ମିଳିଲା। ଏହାସହ ନକଲି ଜର୍ଦ୍ଦା ତିଆରି କାରଖାନା ମଧ୍ୟ ଠାବ ହୋଇଛି । ଏବେ ଅଭିଯୁକ୍ତ ରାଜାଉଲ ହକକୁ ଗିରଫ କରି ପୋଲିସ ତଦନ୍ତ କରୁଛି ।

ସୂଚନାଥାଉକି, ଭଦ୍ରକ ସହରାଞ୍ଚଳ ପୋଲିସ କୌଣସି ସୂତ୍ରରୁ ଖବର ପାଇ ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ାଉ କରିଥିଲେ । ସେଠାରେ ସ୍କୁଟିରେ ଯାଉଥିବା ନକଲି ଜର୍ଦ୍ଦା ଜବତ କରିବା ସହ ଜର୍ଦ୍ଦା ଚାଲାଣକାରୀକୁ କାବୁ କରିଥିଲା ପୋଲିସ । ପରେ ଅଭିଯୁକ୍ତର କାଜିମହଲାସ୍ଥିତ ଘରେ ଚଢ଼ାଉ କରି ସେଠାରେ ଚାଲିଥିବା ନକଲି ଜର୍ଦ୍ଦା କାରଖାନା ଠାବ କରିଥିଲେ ଓ ପୋଲିସ ବିଭିନ୍ନ ବ୍ରାଣ୍ଡର ଜର୍ଦ୍ଦା ଡବା ସହ ମେସିନ , ନକଲି ଜର୍ଦ୍ଦା ସହ କେମିକାଲ ଜବତ କରିଛି ।

Leave A Reply

Your email address will not be published.