Latest Odisha News

ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ

ଚୌଦ୍ୱାର: ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ। ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା’ପତି କାରଖାନା ଠାବ କଲା ସିଏମସି। ବିପୁଳ ଚା’ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର, ଲେବଲ୍ ଜବତ ହୋଇଛି।

ସୂଚନା ଅନୁସାରେ, ଜଗତପୁର ଲକ୍ଷ୍ମଣପୁରରେ ଚାଲିଥିଲା ଜବରଦଖଲ ଉଚ୍ଛେଦ। ଏହି ସମୟରେ ନକଲି ଚା’ପତି କାରଖାନା ଠାବ ହୋଇଛି। ନକଲି ଚା’ପତି ସହିତ ଅନ୍ୟାନ୍ୟ ସରଞ୍ଜାମ ମଧ୍ୟ ଠାବ ହୋଇଛି। ତିନୋଟି ବ୍ରାଣ୍ଡେଡ କମ୍ପାନୀର ଚା ପତି ଏଠାରେ ନକଲି ଭାବେ ତିଆରି ହୋଇ ବଜାରରେ ବିକ୍ରି ହେଉଥିଲା।

ଜବରଦଖଲ ଉଚ୍ଛେଦ ବେଳେ ଏକ ଘରେ ନକଲି ଚା ପତି ତିଆରି ହେଉଥିବା ଜଣାପଡିଥିଲା। ସିଏମସି ଏକ ଟିମ୍‍ ପହଞ୍ଚି ବିପୁଳ ପରିମାଣରେ ନକଲି ଚା ପତି ସବୁ ଜବତ କରିଛନ୍ତି।

Comments are closed.