କଟକ: ଭେଜାଲ ଜିନିଷର ପେଣ୍ଠଶସ୍ଥଳ ପାଲଟିଛି କଟକ । ନକଲି ଘିଅ, ତେଲ, ସମଲା ଗୁଣ୍ଡ, ପନିର ପରେ ଅପମିଶ୍ରିତ ଚା’ ପତି । କଟକରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ କରିଛି ପୋଲିସ୍ । ସଦର ଥାନା ଅନ୍ତର୍ଗତ ମୁକାମେଶ୍ୱର ଗାଁରେ ନକଲି ଚା’ ପତି ଫ୍ୟାକ୍ଟ୍ରି ଠାବ ହୋଇଛି ।
ଘଟଣାସ୍ଥଳରୁ ପୋଲିସ ବିପୁଳ ପରିମାଣର ଚା’ ପତି ସହ ବିଭିନ୍ନ ବ୍ରାଣ୍ଡ୍ର ଷ୍ଟିକର ଜବତ କରିଛି । ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ସଦର ଥାନା ପୋଲିସ । କେବେଠାରୁ ଏମିତି ଅପମିଶ୍ରିତ ଚା’ ପତି ବିକ୍ରି କରୁଛନ୍ତି । କେମିତି ଚାଲିଥିଲା ନକଲି କାରବାର । ସେନେଇ ଜାରି ରହିଛି ଖୋଳତାଡ ।
Comments are closed.