Latest Odisha News

BREAKING NEWS

ନକଲି ମଦ କାରଖାନାରେ ଚଢ଼ାଉ

ଭଦ୍ରକ: ଭଦ୍ରକରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଦ୍ଵାରା ବହୁ ପରିମାଣରେ ନକଲି ବିଦେଶୀ ମଦ ସହ ୨ ଜଣ ଗିରଫ । ନକଲି ବିଦେଶୀ ମଦ ତିଆରି କାରଖାନା ଉପରେ ଚଢ଼ାଉ କରାଯାଇଛି । ଏହି ଘଟଣାରେ ସଂପୃକ୍ତି ନେଇ ଦୁଇ ଜଣ ଗିରଫ ଗିରଫ ହୋଇଛନ୍ତି ।  କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଦ୍ଵାରା ବାସୁଦେବପୁର ବ୍ଲକର ଆର୍ତ୍ତୁଂ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ବିଦେଶୀ ନକଲି ହାତ ତିଆରି ମଦ କାରଖାନା ଠାବ କରାଯାଇଛି।

ଏଠାରେ ଦୀର୍ଘଦିନ ହେଵ ଘର ଭଡ଼ା ନେଇ ନକଲି ମଦ ତିଆରି ଚାଲୁଥିଲା। ଘଟଣାର ଖବର ପାଇ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ଏହି ସ୍ଥାନରେ ଚଢ଼ାଉ କରିଥିଲେ । ଏହି ଘଟଣାରେ ଘର ମାଲିକଙ୍କ ସହ ମୁଖ୍ୟ ଆସାମୀଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ସେହି ଗ୍ରାମର ଅକ୍ଷୟ ଵେହେରା ଓ ପର୍ଶୁରାମ ସନ୍ଦିବିଗ୍ରହ ଵୋଲି ଜଣାପଡିଛି।

ଏମାନଙ୍କ ଠାରୁ ୩୦ ହଜାର ଟଙ୍କା ନଗଦ, ୧୦୦ଲିଟର ବିଦେଶୀ ନକଲି ମଦ, କେମିକାଲ, ଵହୁ ନାମୀଦାମୀ କମ୍ପାନୀର ଲୋଗୋ ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ନକଲି ମଦ ତିଆରି ହେଉଥିବା ଘଟଣା ଜଣ ଥିଲେ ବି ଦୀର୍ଘ ୧ ମାସ ଧରି ଏହା ଉପରେ ନଜର ରଖିଥିଲା କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ।

Leave A Reply

Your email address will not be published.