Latest Odisha News

BREAKING NEWS

ପୁରୀର ପ୍ରସିଦ୍ଧ ଦୁର୍ଗାପୂଜା: ଗୋସାଣୀ ଯାତ୍ରା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଲାଗି ପୁରୀ ଶ୍ରୀକ୍ଷେତ୍ର ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି । କୋଟି କୋଟି ଓଡ଼ିଆଙ୍କ ଲାଗି ଭିନ୍ନ ପରିଚୟ ସୃଷ୍ଟି କରିଥାଏ ପୁରୀର ପରମ୍ପରା ଏବଂ ପର୍ବ ପର୍ବାଣୀ । ବାରମାସରେ ତେର ପର୍ବ ପୁରୀରେ ଅନୁଷ୍ଠିତ ହେଉଥିଲେ ମଧ୍ୟ ଶ୍ରୀକ୍ଷେତ୍ରର ନିଆରା ଦୁର୍ଗାପୂଜାରେ ରହିଛି ସ୍ୱତନ୍ତ୍ରତା । ପୁରୀଧାମରେ ଦୁର୍ଗାପୂଜା ଗୋସାଣୀ ଯାତ୍ରା ଭାବେ ପରିଚିତ ।

ପୁରୀର ଗୋଷାଣୀ ଯାତ୍ରାରେ ମହିଷାମର୍ଦ୍ଦିନୀ ମା’ଦୁର୍ଗାଙ୍କ ପୂଜା ବହୁ ଜାକଜମକରେ ଅନୁଷ୍ଠିତ ହୋଇଥାଏ ।

ସାଧାରଣତଃ ପୁରୀ ଗୋସାଣୀ ଯାତ୍ରାର ମାଆ ଦୁର୍ଗା ଏବଂ ମହିଷାସୁରର ମୂର୍ତ୍ତି ଗଠନ ଶୈଳୀରେ ରହିଛି ସ୍ୱତନ୍ତ୍ରତା । ଗୋସାଣୀ ଯାତ୍ରାର ଦୁର୍ଗା ମେଢରେ ଗୋଟିଏ କଥା ପରିଲକ୍ଷିତ ହୋଇଥାଏ, ମାଆ ଦୁର୍ଗା ସବୁ ମୂର୍ତ୍ତିରେ ମହିଷାସୁରକୁ କଟାକ୍ଷ ଚାହାଣୀରେ ଆଖି ମିଳାଇ ରହିଥାଆନ୍ତି । ମାଆ ଦୁର୍ଗାଙ୍କ ଦୃଷ୍ଟି ସର୍ବଦା ମହିଷାସୁର ଉପରେ ହିଁ ରହିଥାଏ ।

ଗୋଷାଣୀ ଦୁର୍ଗାପୂଜାରେ କେତେକ ସାହି ମଣ୍ଡପରେ ମହିଷାସୁର ମୂର୍ତ୍ତିରେ ମଇଁଶୀ ମୁଣ୍ଡ ଥାଏ ଏବଂ ମଣିଷ ଦେହ ଦେଖିବାକୁ ମିଳିଥାଏ । ଏଠାରେ ମହିଷାସୁରର ମୂର୍ତ୍ତିର ମୁହଁ ଅତ୍ୟନ୍ତ ଭୟଙ୍କର ଦେଖାଯାଏ । ମାଆ ଦୁର୍ଗା ମଧ୍ୟ ମହିଷାସୁରକୁ ବଧ କରିବା ସମୟରେ କ୍ରୋଧରେ ମହିଷାସୁରକୁ ତୀର୍ଯ୍ୟକ ନୟନରେ ଅନାଇ ରହିଥାଆନ୍ତି ।

କେବଳ ମହିଷାସୁର ମୂର୍ତ୍ତି ନୁହେଁ ବରଂ ପାଶ୍ୱର୍ମୂର୍ତ୍ତି ଗୁଡ଼ିକରେ ଥିବା ରାକ୍ଷସ ଏବଂ ଅସୁରଙ୍କ ମୁହଁର ଭାବ ଭୟଙ୍କର ଦୃଶ୍ୟମାନ ହୋଇଥାଏ ।

ଦେବୀଙ୍କ ବିଭିନ୍ନ ରୂପର ମୂର୍ତ୍ତି ପୁରୀ ଦୁର୍ଗାପୂଜାରେ ଦେଖିବାକୁ ମିଳିଥାଏ ଯେପରିକି, କାକୁଡ଼ିଖାଇ, ଜହ୍ନିଖାଇ, ବାରବାଟି, ଜହ୍ନିମୁଣ୍ଡିଆ, ଶୂନ୍ୟ ଗୋସାଣୀ, ହଡ଼ବାଇ, ଗେଲବାଇ, ବେଲବାଇ ଏବଂ ଗୋସାଣୀ ।

Leave A Reply

Your email address will not be published.