Latest Odisha News

BREAKING NEWS

୩୦୦ ବର୍ଷ ପୂର୍ବରୁ କିପରି ହେଉଥିଲା ପ୍ରେଗ୍ନେଂସି ଟେଷ୍ଚିଂ, କେଚିନ୍‌ରେ ବ୍ୟବହାର ହେଉଥିଲା ଏହି ଜିନିଷ

ନୂଆଦିଲ୍ଲୀ: ଆଜିକାଲି ମହିଳାଙ୍କ ଗର୍ଭବତୀ ହେବାର ଟେଷ୍ଟିଂ ବହୁତ ଦ୍ରୁତ ଏବଂ ସହଜ ହୋଇଛି, ଔଷଧ ଦୋକାନରେ ସହଜରେ ଘରୋଇ ଗର୍ଭାବସ୍ଥା କିଟ୍ ମିଳୁଛି, ଏହି କିଟ୍ କେବଳ କିଛି ମିନିଟ୍‌ରେ ସବୁ ଜଣାପଡ଼ିଥାଏ । କିନ୍ତୁ ଆଜି ଆମେ ପ୍ରାଚୀନ ଯୁଗ ବିଷୟରେ କଥା କହିବାକୁ ଯାଉଛୁ ଯେତେବେଳେ ଏହି ଗର୍ଭାବସ୍ଥା କିଟ୍ କେବେ ନଥିଲା । ଆପଣ କେବେ ଭାବିଛନ୍ତି ଯେ ୩୦୦୦ ବର୍ଷ ପୂର୍ବରୁ ଗର୍ଭାବସ୍ଥାର କିପରି ଜଣାପଡୁଥିଲା? ଏବେ ଜାଣିବା ଯେ କିପରି କିଚେନରେ ବ୍ୟବହୃତ ଏହି ଛୋଟ ଜିନିଷଗୁଡ଼ିକ ଏତେ ସମାଧାନ କରୁଥିଲା।

ଗର୍ଭାବସ୍ଥା ପରୀକ୍ଷଣ ପ୍ରାଚୀନ ମିସ୍ଟ୍ରରେ ମିଳିଥିଲା। ଏହା ଆଶ୍ଚର୍ଯ୍ୟଜନକ ଭାବରେ ପ୍ରଭାବଶାଳୀ ମଧ୍ୟ ଥିଲା। ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥାନ ଅନୁସାରେ, ୧୩୫୦ ଖ୍ରୀ.ପୂ.ରେ ଗମହ ଏବଂ ଜଉର ଦାନା ବ୍ୟବହାର କରି ଗର୍ଭାବସ୍ଥାର ପରୀକ୍ଷା କରାଯାଉଥିଲା। ଏହାର ଉଲ୍ଲେଖ ଗୋଟିଏ ପାପିରସରେ କରାଯାଇଥିଲା।

ଏହା କିପରି କାମ କରୁଥିଲା?

ଏହାର ପଦ୍ଧତି ବହୁତ ସରଳ ଏବଂ ଅଦ୍ଭୁତ ଥିଲା। ବାସ୍ତବରେ, ଗୋଟିଏ ମହିଳା ଗହମ ଏବଂ ଜଉର ଦାନାରେ ୟୁରିନ୍ ପକାଉଥିଲେ ଏବଂ ଫଳାଫଳ ଦେଖିବା ପାଇଁ କିଛି ଦିନ ପ୍ରତୀକ୍ଷା କରିବାକୁ ପଡୁଥିଲା। ଯଦି ଦାନା ଗଜା ହେଉଯାଉଥିଲା, ତେବେ ଏହା ଧରିନିଆଯାଉଥିଲା ଯେ ସେ ଗର୍ଭବତୀ ଅଛନ୍ତି। ଯଦି କିଛି ହେଉନଥିଲା, ତେବେ ଏହାର ସୂଚନା ମିଳୁଥିଲା ଯେ ସେ ଗର୍ଭବତୀ ନୁହଁନ୍ତି।

ଏହା କିପରି କାର୍ଯ୍ୟକାରୀ ହୋଇଥିଲା?

ଆଧୁନିକ ବିଜ୍ଞାନ ଏହି ପ୍ରାଚୀନ ପଦ୍ଧତିର ପଛରେ ସମ୍ଭାବ୍ୟ କାରଣ ବର୍ଣ୍ଣନା ରହିଛି। ବାସ୍ତବରେ, ଗର୍ଭାବସ୍ଥା ସମୟରେ ମହିଳାଙ୍କର ଏଷ୍ଟ୍ରୋଜେନ୍ ସ୍ତର ବହୁତ ଅଧିକ ବଢ଼ିଯାଏ। ଏହାପରେ ସେମାନଙ୍କର ୟୁରିନ’ରେ ଥିବା ହର୍ମୋନ୍ ବୃଦ୍ଧିକୁ ଉତ୍ସାହିତ କରିପାରେ। ଯେଉଁ ମହିଳା ଗର୍ଭବତୀ ନୁହଁନ୍ତି, ସେମାନଙ୍କର ୟୁରିନ ସହ ସଂସ୍ପର୍ଶରେ ଆସୁଥିବା ଗହମ ଓ ଜଉ ଦାନା ସେହି ପ୍ରକାରରେ ଗଜା ହୋଇନଥାଏ। ଯାହାଫଳରେ ଏହା ଗର୍ଭାବସ୍ଥାର ଏକ ପ୍ରାକୃତିକ ପରୀକ୍ଷା ହୋଇଥାଏ। ଯଦି ଆଜିକାଲିର ସମୟ କଥା କହୁ, ତେବେ ମନୁଷ୍ୟ ବିଭି ବୈଜ୍ଞାନିକ କୌଶଳ ବ୍ୟବହାର କରି ଏବଂ ଆଧୁନିକ ବିଜ୍ଞାନକୁ ବୁଝି ଅନେକ ବଡ଼ ଆବିଷ୍କାର କରିଛି। କିନ୍ତୁ ପ୍ରାଚୀନ ମିସ୍ଟ୍ରୀ ପଦ୍ଧତି ଏହି କଥା ଉପରେ ପ୍ରକାଶ କରେ ଯେ କିପରି ମନୁଷ୍ୟ ଦୀର୍ଘ ସମୟ ଧରି ପ୍ରଜନନ କ୍ଷମତା ଏବଂ ପ୍ରଜନନକୁ ବୁଝିବାର ଉପାୟ ଖୋଜୁଥିଲେ। ଲୋକେ ସେତେବେଳେ ଉପଲବ୍ଧ ପ୍ରାକୃତିକ ଉପାୟ ବ୍ୟବହାର କରି କିପରି ଏକ ରଚନାତ୍ମକ ସମାଧାନ ଖୋଜିଲେ।

 

Comments are closed.