ଜୟପୁର: ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କର ବିପୁଳ ସମ୍ପତ୍ତି ଠାବ l ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କର ୨ଟି ବହୁତଳ କୋଠା ମିଳିଥିବା ବେଳେ ଭୁବନେଶ୍ୱରରେ ୬ଟି ପ୍ଲଟ୍ ସମେତ ମୋଟ ୧୮ ପ୍ଲଟ୍ ମିଳିଛି l ସେଥିରୁ କେବଳ ଭୁବନେଶ୍ୱର ଗୋଠପାଟଣାରେ ୫ଟି ପ୍ଲଟ ରହିଛି l ସେହିପରି ୮୫୦ ଗ୍ରାମର ସୁନା ଠାବ ହୋଇଛି l ନିର୍ବାହୀ ଯନ୍ତ୍ରୀ ବିଶ୍ୱନାଥ ପାତ୍ରଙ୍କ ବ୍ୟାଙ୍କ ଜମା ଓ ବୀମା ଜାଣିବାକୁ ତଲାସୀ ଜାରିରଖିଛି ଭିଜିଲାନ୍ସ l ବିଶ୍ୱନାଥଙ୍କ ଘର ଓ ଅଫିସ ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ କରୁଛି l ତେବେ ପୌରପାଳିକାର ଯନ୍ତ୍ରୀ ଦାୟିତ୍ୱରେ ମଧ୍ୟ ଅଛନ୍ତି ବିଶ୍ୱନାଥ l
ସୂଚନା ଅନୁସାରେ, ଭିଜିଲାନ୍ସ ଜାଲରେ ପଡିଛନ୍ତି ଜୟପୁର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଶ୍ବନାଥ ପାତ୍ର l ବିଶ୍ୱନାଥଙ୍କ ଜୟପୁର, ଗଞ୍ଜାମ ଓ ଭୁବନେଶ୍ବରରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଜୟପୁରରେ ତିନି ମହଲା କୋଠା। ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର କୋଳିସାହିରେ ଦୁଇ ମହଲା ବିଲଡିଂ, ଜୟପୁର ବ୍ଲକ ଅଫିସ ଚାମ୍ବର, ଜୟପୁର ମ୍ୟୁନିସିପାଲିଟି ଅଫିସ ଚାମ୍ବର ଓ ଭୁବନେଶ୍ବର ନିଳାଦ୍ରୀ ବିହାରରେ ସମ୍ପର୍କୀୟଙ୍କ ଘରେ ଚାଲିଛି ରେଡ୍ l ଚଢାଉରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ଓ ୮ ଇନିସପେକ୍ଟର ଓ ୬ ଏଏସଆଇ ସାମିଲ ଅଛନ୍ତି।
Comments are closed.