ଯାଜପୁର: ମହାମାରୀ କରୋନା ଭୂତାଣୁର ମୁକାବିଲା ପାଇଁ ଏବେ ଲକଡାଉନରେ ସାରା ଦେଶ । ଗାଁ ଠୁ ସହର ସବୁଠି ଏବେ ତାଲାବନ୍ଦ । ଏଭଳି ଲକଡାଉନ୍ କଟକଣା ଭିତରେ ବୈଦିକ ରିତିନିତୀରେ ସମ୍ପର୍ଣ୍ଣ ହୋଇଛି ବାହାଘର ।
ମୁହଁରେ ମାସ୍କ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହେଇଛନ୍ତି ବର କନ୍ୟା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ବରୀ ଅଂଚଳରେ ।
ବର, କନ୍ୟା ଓ ପୁରୋହିତ ମୁହଁରେ ମାସ୍କ ପିନ୍ଧି ସାମାଜିକ ଦୁରତ୍ୱ ନିୟମ ପାଳନ କରି ନିରାଡମ୍ବର ଭାବେ ହୋଇଛି ବାହାଘର । ଯାହା ଏବେ ପାଲଟିଛି ଚର୍ଚ୍ଚାର ବିଷୟ ।
ନା ଫୁଲରେ ସଜା ହୋଇଛି ଗାଡି ନା ଅଛି ବାଣ ରୋସଣୀ । ନା ଅଛି ହୋହାଲ୍ଲା ନା ସାଥିରେ ଅଛନ୍ତି ବରଯାତ୍ରୀ । ସାଧାସିଧା ପ୍ୟାଂଟ ସାର୍ଟ ସାଙ୍ଗକୁ ବେକରେ କର୍ପୁର ମାଳ ପକାଇ ଓ ମୁହଁରେ ମାସ୍କ ପିନ୍ଧି ବର ଆସିଛି ବାହା ହେବାକୁ ।
ସାଙ୍ଗରେ କେବଳ ଅଛନ୍ତି ୨ ଜଣ, ବଡବାପା ଓ ଭିଣୋଇ ।
ସୂଚନା ମୁତାବକ ଗତ ୨ ମାସ ତଳେ ଯାଜପୁର ଦାନଗଦୀ ବ୍ଲକ ନନ୍ଦକିଶୋରପୁର ଗ୍ରାମର ଅଭିନ୍ନ ସୁନ୍ଦର ନନ୍ଦ ଙ୍କ ପୁଅ ଚନ୍ଦନ ର ବରୀ ବ୍ଲକ ମେଦୁଆକୂଳ ଗ୍ରାମର ଅନିରୁଦ୍ଧ ପଣ୍ଡାଙ୍କ ଝିଅ ପ୍ରଣତୀ ସହ ନିର୍ବନ୍ଧ ହୋଇଥିଲା ।
ଏଥିରେ ଅକ୍ଷୟତୃତୀୟା ଦିନ ବାହାଘର ହେବା ନେଇ ଦିନ ଧାର୍ଯ୍ୟ କରାଯାଇଥିଲା । ହେଲେ ମହାମାରୀ କରୋନା ପାଇଁ ହୋଇଥିବା ଲକଡାଉନ୍ କଟକଣା ଏଥିରେ ବାଧକ ସାଜିଥିଲା । ଯାହା ଉଭୟ ବର ଓ କନ୍ୟା ପରିବାର ପାଇଁ ଚିନ୍ତାର କାରଣ ହୋଇଥିଲା ।
ଏନେଇ ସେମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ମଧ୍ୟ ହୋଇଥିଲେ । ଲକଡାଉନର ସମସ୍ତ ନିୟମ ମାନି କମ ସଂଖ୍ୟକ ଲୋକରେ ନିଡାମ୍ବର ଭାବେ ବାହାଘର କରିବାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇଥିଲା । ପରେ ନିୟମ ପାଳନ କରି ନିଡାମ୍ବର ରେ ରବିବାର ସନ୍ଧ୍ୟାରେ ଏହି ବାହାଘର ଅନୁଷ୍ଠିତ ହୋଇଛି। ଏହି ସମୟରେ ବର, କନ୍ୟା ଓ ପୁରୋହିତଙ୍କ ସମେତ ଉପସ୍ଥିତ ସମସ୍ତେ ମାସ୍କ ପିନ୍ଧି ଯଥା ସମ୍ଭବ ସାମାଜିକ ଦୁରତ୍ୱ ବଜାୟ ରଖିଥିଲେ ।
Comments are closed.