ଭୁବନେଶ୍ୱର: ନିରାଶ କଲେ ଭାରତର ଦୌଡ ରାଣୀ ତଥା ଓଡିଶା ଷ୍ଟାର ମହିଳା ଆଥଲେଟ ଦୂତୀ ଚାନ୍ଦ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦୂତି ମହିଳା ୧୦୦ ମିଟର ଦୌଡର ସେମି ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ଓଡିଶାର ଏହି ଆଥଲେଟ ହିଟ ୫ରେ ୧୧.୫୫ ସେକେଣ୍ଡ ସମୟ ନେଇ ୪ର୍ଥ ସ୍ଥାନରେ ରହିଥିଲେ । ପ୍ରତ୍ୟେକ ହିଟର ପ୍ରଥମ ୩ଟି ସ୍ଥାନରେ ଥିବା ଆଥଲେଟ ଏବଂ ଶେଷ ୩ଟି ହିଟର ଦ୍ରୁତତମ ଦୌଡାଳୀ ସେମିଫାଇନାଲରେ ଯୋଗ୍ୟତା ହାସଲ କରିବେ । ଦୂତୀ ଏଥିରେ ଫେଲ ମାରିଥିଲେ । ସେ ୧୧.୫୫ ସେକେଣ୍ଡରେ ରେସ ସମ୍ପୂର୍ଣ୍ଣ କରିଥିଲେ ଯାହାକି ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୧.୧୭ରୁ ବହୁତ କମ ଥିଲା । ୨୦୧୮ ଜାକର୍ତା ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲେ । ଏବେ ସେ ୪ ଗୁଣନ ୧୦୦ ରିଲେରେ ନିଜ ରାଜ୍ୟର ଶ୍ରାବଣୀ ନନ୍ଦଙ୍କ ସମେତ ହିମା ଦାସ ଓ ଏନଏସ ସିମିଙ୍କ ସହ ପ୍ରତିଯୋଗିତାରେ ଭାଗ ନେବେ ।
BREAKING NEWS
- Woman Kills 2 Minor Daughters: ଦୁଇ ଶିଶୁକନ୍ୟାଙ୍କୁ କୂଅକୁ ଠେଲି ମାରିଦେଲା ମାଆ!
- US Forces Targets on Iranian Island: ଖର୍ଗ ଆଇଲାଣ୍ଡ ଉପରେ ଆମେରିକାର ଆକ୍ରମଣ, ଇରାନର ସାମରିକ ଘାଟି ନଷ୍ଟ ନେଇ ଦାବି କଲେ ଟ୍ରମ୍ପ
- PM Modi hits out at Congress: ‘ତେଲ, ଏଲପିଜି ନେଇ ଦେଶକୁ ଭ୍ରମିତ କରୁଛି କଂଗ୍ରେସ’, ଆସାମରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
- ଲୋମହର୍ଷକ ଘଟଣା:ନିଜ ଜନ୍ମ କଲା ୨ ଶିଶୁ କନ୍ୟାଙ୍କୁ କୂଅରେ ପକାଇ ହତ୍ୟା କଲା ମା’
- ଏସଜେଏଫଆଇର ୫୦ତମ ବାର୍ଷିକ ସମ୍ମିଳନୀ ଉଦଘାଟିତ
- ହିଣ୍ଡାଲ୍କୋ ପକ୍ଷରୁ ଜାତୀୟ ମାନବାଧିକାର ସମ୍ମିଳନୀ ଆୟୋଜିତ; ଅଧିକାର-ଭିତ୍ତିକ ବିକାଶ ଏବଂ ନୈତିକ ଶାସନ ପରିଚାଳନା ପାଇଁ ଆହ୍ୱାନ
- ୬୨ କିଲୋରୁ ଅଧିକ ଗଞ୍ଜେଇ ସହ କାର-ବାଇକ ଜବତ, ୨ଗିରଫ
- OUSSSCର ପ୍ରଥମ ଅଧ୍ୟକ୍ଷ ହେଲେ ରଶ୍ମିରଞ୍ଜନ ସ୍ବାଇଁ
- Rajya Sabha Elections: ରାଜ୍ୟସଭା ନିର୍ବାଚନ ପାଇଁ ହ୍ୱିପ ଜାରି କଲା ବିଜେପି
- ‘ଓଡ଼ିଶାରେ ୨୮ଟି ଆକାଶବାଣୀ କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଟିଭି ଚ୍ୟାନେଲ୍ ଡିଡି ଓଡ଼ିଆ କାର୍ଯ୍ୟ କରୁଛି’
Comments are closed.