Latest Odisha News

BREAKING NEWS

“ମୁଖ୍ୟମନ୍ତ୍ରୀଙ୍କ ଅକୁଣ୍ଠ ସାହାଯ୍ୟ ଲାଗି ମୁଁ ଆଜି ଏହି ସଫଳତା ହାସଲ କରିପାରିଛି”: ଦୂତି ଚାନ୍ଦ

ଜାକର୍ତ୍ତା: ଓଡ଼ିଆ ଝିଅ ଦୂତି ଚାନ୍ଦ ଆଜି ଭାରତର ଘରେ ଘରେ ପରିଚିତ ହୋଇପାରିଛନ୍ତି । ଏସୀୟ କ୍ରୀଡ଼ାରେ ଚମତ୍କାର ଦୌଡ଼ ପ୍ରଦର୍ଶନ କରି ଦୂତି ଭାରତୀୟ କ୍ରୀଡ଼ା ଜଗତରେ ଇତିହାସ ରଚିଛନ୍ତି । ଚଳିତ ଏସିଆନ ଗେମ୍ସରେ ଦୂତି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ରେ ଦୁଇ ଦୁଇଟି ରୌପ୍ୟ ପଦକ ହାସଲ କରି ଦୂତି ଭାରତ ତଥା ନିଜ ରାଜ୍ୟ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

ଏକଦା ଦୂତି ଚାନ୍ଦ ଅଲିମ୍ପିକ୍ସ ଲାଗି ପ୍ରସ୍ତୁତ ହେବା ଲାଗି ଆର୍ଥିକ ସହଯୋଗ ଚାହୁଁଥିଲେ । ବିଭିନ୍ନ ରାଷ୍ଟ୍ରରେ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଦ୍ୱନ୍ଦିତା କରିବାକୁ ତାଙ୍କର ଆର୍ଥିକ ସହଯୋଗ ଏବଂ ତାଲିମର ଆବଶ୍ୟକତା ପଡ଼ିଥିଲା ।

ସେହି ସମୟରେ ଦୂତିଙ୍କ ପଚଣ୍ଡ ପ୍ରତିଭାକୁ ଦେଖିପାରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସାହାଯ୍ୟ ଓ ସହଯୋଗର ହାତ ବଢାଇଥିଲେ । ଓଡ଼ିଆଙ୍କ ଗର୍ବ ଓ ଗୌରବ ଦୂତି ଚାନ୍ଦ ଆଜି ନିଜର ସଫଳତାର ସମସ୍ତ ଶ୍ରେୟ ଶ୍ରୀଜଗନ୍ନାଥ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କିସ୍ ଓ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତଥା ଓଡ଼ିଶାର କ୍ର୍ୀଡ଼ାପ୍ରେମୀଙ୍କୁ ଦେଇଛନ୍ତି ।

ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ବିଜେତା ହେବା ପରେ ଗଣମାଧ୍ୟମକୁ ଆଜି ଦୂତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗକୁ ସ୍ୱୀକାର କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଜସ୍ର ଧନ୍ୟବାଦ ଜଣାଇଛନ୍ତି ।

“ଏସୀୟ କ୍ରୀଡ଼ାରେ ମୁଁ ପ୍ରସ୍ତୁତି କରିବା ପୂର୍ବରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ସରକାରଙ୍କ କ୍ରୀଡ଼ା ବିଭାଗ ପକ୍ଷରୁ ଅନେକ ସାହାଯ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମୂଲ୍ୟବାନ ଆର୍ଥୀକ ସହଯୋଗ ଯୋଗୁଁ ମଁ ଆଜି ଏହି ସଫଳତା ହାସଲ କରିପାରିଛି,” ବୋଲି ଦୂତି ଆଜି ଗଣମାଧ୍ୟମକୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦୂତିଙ୍କ ଏହି ବିରଳ ସଫଳତାରେ ଦୂତିଙ୍କୁ ଅଜସ୍ର ଅଭିନନ୍ଦନ ଜଣାଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ଦୂତି ଚାନ୍ଦ ଏହି ୨୦୧୮ ମସିହା ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ଆଥଲେଟ ଦଳକୁ ପ୍ରତିନିଧିତ୍ୱ କରି ୧୦୦ ମିଟରରେ ୨ୟ ହୋଇ ରୌପ୍ୟ ପଦକ ଜିତିଥିଲେ ।

ଆଜି ଦୂତି ଚମତ୍କାର ଦୌଡ଼ ପ୍ରଦର୍ଶନ କରି ୨ୟ ସ୍ଥାନରେ ରହିଥିଲେ । ଦୂତିଙ୍କୁ ୨୦୦ ମିଟରରେ ମଧ୍ୟ ରୌପ୍ୟ ପଦକ ମିଳିଛି । ଉଭୟ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ରୌପ୍ୟ ପଦକ ପାଇ ଦୂତି ଇତିହାସ ରଚିଛନ୍ତି ।

Leave A Reply

Your email address will not be published.