Latest Odisha News

BREAKING NEWS

ସଡ଼କ ଦୁର୍ଘଟଣାରେ ଡିଭିଏଫ୍ ଯବାନ ମୃତ

ମାଲକାନଗିରି: ୨ଟି ବାଇକ ମୁହାଁମୁହିଁ ଧକ୍କାରେ ଜଣେ ଡିଭିଏଫ୍ ଯବାନଙ୍କ ମୃତ୍ୟୁ ଘଟିଛି। ମାଲକାନଗିରି ଜିଲ୍ଲା ଚମ୍ପାଖାରି ନିକଟରେ ଗତ ରାତିରେ ଯବାନ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅନ୍ୟ ବାଇକ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ମୃତ ଯବାନ ଜଣଙ୍କ ହେଲେ ମାଲକାନଗିରି ବ୍ଲକ ଅନ୍ତର୍ଗତ ବୋଦ୍ରାପାଲି ଗ୍ରାମର ବିଶ୍ୱନାଥ ମାଡକାମୀ। ଏହି ଦୁର୍ଘଟଣାରେ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ତିନି ଜଣ ହେଉଛନ୍ତି କୋତାମେଟା ଗ୍ରାମର ସୁନା ଧର କୋପେ, ବଳରାମ ପୂଜାରୀ ଓ ବଳ ପୁଟିଆ।

BjdElectrycity

ସୂଚନା ଅନୁଯାୟୀ, ରବିବାର ରାତି ୧୦ଟା ବେଳେ ମାଲକାନଗିରି ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିବା ବିଶ୍ୱନାଥ ମାଡକାମି ନିଜର ଡ୍ୟୁଟି ସାରି ବାଇକରେ ଏକୁଟିଆ ଘରକୁ ଫେରୁଥିଲେ। ଏହି ସମୟରେ ଅନ୍ୟ ପଟୁ ଗୋଟିଏ ବାଇକରେ ୩ ଜଣ ନିଜର ଘରକୁ ଫେରୁଥିଲେ। ସେହି ସମୟରେ ଚମ୍ପାଖାରୀ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ୪ଜଣ ରକ୍ତାକ୍ତ ହୋଇ ପଡ଼ିଥିଲେ‌। ଘଟଣା ସମ୍ପର୍କରେ ମାଲକାନଗିରି ଆଦର୍ଶ ଥାନା ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା।

ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଡାକ୍ତର ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିବା ବେଳେ ବଳରାମ ପୂଜାରୀ ଓ ବଳ ପୁଟିଆକୁ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି। ସୁନା ଧର କୋପେ ମାଲକାନଗିରିଠାରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.