କଟକ: କଟକସ୍ଥିତ ତ୍ରିଶୁଳିଆ ବ୍ରିଜରେ ଶନିବାର ସକାଳେ ଏକ ବୈଦ୍ୟୁତିକ ସ୍କୁଟରରେ ନିଆଁ ଲାଗିଯାଇଥିବା ଜଣାପଡିଛି।
ସୂଚନାନୁସାରେ, ଗାଡି ଚାଳକ ଜଣକ କଟକ ଅଭିମୁଖେ ଯାଉଥିବା ବେଳେ ଏହି ବୈଦ୍ୟୁତିକ ଯାନରେ କୌଣସି କାରଣବଶତଃ ଅଗ୍ନିକାଣ୍ଡ ଘଟିଥିଲା
ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
ଯଦିଓ ଉକ୍ତ ଚାଳକ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ଏହି ଇଲେକ୍ଟ୍ରିକ୍ ଯାନଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା ବେଳେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
Comments are closed.