Latest Odisha News

BREAKING NEWS

ଇ-କମର୍ସ କମ୍ପାନୀ ‘ଆମାଜନ୍‌’ ସିଇଓ ପଦ ଛାଡ଼ିବେ ଜେଫ୍‌ ବେଜୋସ୍

ନୂଆଦିଲ୍ଲୀ: ଆମାଜନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ଓହରିବେ ଜେଫ୍ ବୋଜେସ । ଏନେଇ ଆମାଜନ୍ ଡଟ୍ କମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ଚଳିତବର୍ଷ ଶେଷ ସୁଦ୍ଧା ତାଙ୍କ ପଦ ଛାଡିବେ । ତାଙ୍କ ସ୍ଥାନରେ ଆମାଜନ ୱେବ୍ ସର୍ଭିସେସ୍ ମୁଖ୍ୟ ଆଣ୍ଡି ଜେସିଙ୍କୁ ଏହି ଦାୟିତ୍ୱ ଦିଆଯିବ ।

ଇ-କମର୍ସ କମ୍ପାନୀ ଆମାଜନ୍ କ୍ରମାଗତ ତୃତୀୟ ଥର ଲାଗି ରେକର୍ଡ ପରିମାଣର ଲାଭ କରିଥିବା ସମୟରେ ଜେଫ୍‌ ବେଜୋସ୍‌ ‘ସିଇଓ’ ପଦରୁ ଓହରିଯିବେ ବୋଲି ଖବର ଆସିଛି । ପ୍ରଥମ ଥର ଲାଗି କମ୍ପାନୀର ତ୍ରୈମାସିକ ବିକ୍ରି ୧୦୦ ମିଲିୟନ୍‌ ଡଲାର୍ରୁ ଅଧିକ ହୋଇଛି । 57ବର୍ଷୀୟ ଜେଫେ ବୋଜେସ ନିଜ ଗ୍ୟାରେଜ ଘରୁ ଆରମ୍ଭ କରିଥିଲେ ଆମାଜନ୍ ।

ଆମାଜନ୍‌ର ପରବର୍ତ୍ତୀ ସିଇଓ ହେବାକୁ ଥିବା ଜେସି ଜଣେ ମାର୍କେଟିଙ୍ଗ୍‌ ମ୍ୟାନେଜର୍‌ ଭାବେ ୧୯୯୭ରେ ଆମାଜନ୍‌ରେ ଯୋଗ ଦେଇଥିଲେ । ୨୦୦୩ରେ ସେ ଆମାଜନ୍‌ ଓ୍ୱେବ୍‌ ସର୍ଭିସ୍‌ ଆରମ୍ଭ କରିଥିଲେ ।

Leave A Reply

Your email address will not be published.