Latest Odisha News

BREAKING NEWS

କେମିତି କରବେ E-Fasting …?

ଭୁବନେଶ୍ବର: ଆମ ପାଇଁ ଏବେ ବହୁତ ଜରୁରୀ ହୋଇ ପଡିଛି ଇ ଫାଷ୍ଟିଂ । ଜାଣିଛନ୍ତି କି ଏହା ଆମ ସ୍ବାସ୍ଥ୍ୟକୁ ବେଶ୍ ପ୍ରଭାବିତ କରିଥାଏ । ଏହି ଇ-ଫାଷ୍ଟିଂ” ଅର୍ଥ ହେଉଛି ଇଲେକ୍ଟ୍ରୋନିକ୍ ଫାଷ୍ଟିଂ। ଆପଣ ହୁଏତ ଏହି ଶବ୍ଦଟି ପୂର୍ବରୁ ଶୁଣିଥିବେ। ଇ-ଫାଷ୍ଟିଂ ଡିଜିଟାଲ ଡିଟକ୍ସର ଏକ ରୂପ । ଏଥିରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଆପଣଙ୍କ ଫୋନ୍, ଟାବଲେଟ୍ କିମ୍ବା ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ ଉପକରଣରୁ ଦୂରରେ ରହିବାକୁ ପଡିବ ।

ସାଧାରଣ ଭାବରେ କହିବାକୁ ଗଲେ ମୋବାଇଲ ଠାରୁ ଦୂରେଇ ରହିବା ପାଇଁ ନୂଆ ଉପାୟ ହେଉଛି ଇ ଫାଷ୍ଟିଂ । ଇ ଫାଷ୍ଟିଂରେ ଲୋକମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଦୂରେଇ ରୁହନ୍ତି । ସେମାନେ ଫୋନ୍, ଟାବଲେଟ୍ କିମ୍ବା କମ୍ପ୍ୟୁଟର ପରି ଡିଜିଟାଲ ଡିଭାଇସରେ ବିତାଉଥିବା ସମୟକୁ କମ୍ କରନ୍ତି ।

ଇ ଫାଷ୍ଟିଂ କରିବା ଦ୍ବାରା ନିଜକୁ ନିୟନ୍ତ୍ରଣରେ ରଖିପାରିବେ, ଏହା ହେଉଛି ସବୁଠାରୁ ବଡ଼ ଲାଭ । ଆହୁରି ମଧ୍ୟ ଏହାଦ୍ବାରା ଅଧିକ ଶାନ୍ତ ହୋଇପାରିବେ । ଏହା ଚାପ ହ୍ରାସ କରିବ ଏବଂ ଆପଣଙ୍କ ମନକୁ ସତେଜ ରଖିବ । ଏହା ଆପଣଙ୍କ ଚିନ୍ତାଧାରାରେ ସକାରାତ୍ମକତା ଶକ୍ତିକୁ ବୃଦ୍ଧି କରିବ।  ଇ ଫାଷ୍ଟିଂ କଲେ ଭଲ ନିଦ ମଧ୍ୟ ହୋଇଥାଏ ।

ତେଣୁ ପ୍ରତିଦିନ କିଛି ଘଣ୍ଟା ପାଇଁ ଡିଭାଇସ୍ ଠାରୁ ଦୂରେଇ ରହିବା ଉଚିତ୍ । ଏହା ଦ୍ବାରା ସ୍ବାସ୍ଥ୍ୟ ଠିକ୍ ରହିବ । କିଛି ଲୋକ ଇ ଫାଷ୍ଟିଂରେ ଗୋଟିଏ ଦିନ, ସପ୍ତାହେ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ଇଣ୍ଟରନେଟ୍ ରୁ ଦୂରେଇ ରୁହନ୍ତି । ଏହି ସମୟରେ ପ୍ରକୃତି ସହିତ ସମ୍ପର୍କ ସ୍ଥାପନ କରି ଶରୀର ଏବଂ ମନକୁ ଆରାମ ଦିଅନ୍ତି।

ତେଣୁ ଏବେ ଧିରେ ଧିରେ ଲୋକମାନେ ଇଣ୍ଟରନେଟ୍ ଠାରୁ ଦୂରେଇବାକୁ ଚେଷ୍ଟା କରୁଛନ୍ତି । ବୈଶ୍ବିକ ସ୍ତରରେ ସଚେତନା ମଧ୍ୟ ଆରମ୍ଭ ହୋଇଗଲାଣି ।

Leave A Reply

Your email address will not be published.