Latest Odisha News

BREAKING NEWS

ଏଣିକି ନିକଟସ୍ଥ ଔଷଧ ଦୋକାନରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ୍ କରୋନା ଟିକା

ନୂଆଦିଲ୍ଲୀ: ଖୁବ ଶୀଘ୍ର ନିକଟସ୍ଥ ଦୋକାନରେ ମିଳିବ କୋଭିସିଲ୍ଡ ଓ କୋଭାକ୍ସିନ କରୋନା ଟିକା । ଏହି ଦୁଇଟି ଟିକାକୁ ନିୟମିତ ବଜାରରେ ଉପଲବ୍ଧ କରିବା ପାଇଁ ଭାରତୀୟ ଔଷଧ ମହାନିର୍ଦ୍ଦେଶକ ଅନୁମତି ପ୍ରଦାନ କରିବାର ସମ୍ଭାବନା ରହିଛି । ପ୍ରତ୍ୟେକ ଔଷଧ ଦୋକାନରେ ଏହି ଦୁଇଟି କରୋନା ଟିକା ଡୋଜ ପିଛା ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଏହା ଉପରେ ସେବା କର ବାବଦକୁ ୧୫୦ ଟଙ୍କା ଲାଗୁ ହେବ ।

ଏବେ ଘରୋଇ ହସ୍ପିଟାଲରେ କୋଭାକ୍ସିନର ଗୋଟିଏ ଡୋଜର ମୂଲ୍ୟ ୧୨ ଶହ ଟଙ୍କା ଥିବା ବେଳେ କୋଭିସିଲ୍ଡର ମୂଲ୍ୟ ୭୮୦ ଟଙ୍କା ରହିଛି । ଦେଶରେ କରୋନା ଟିକାର ଉପଲବ୍ଧତାକୁ ସୁଗମ କରିବା ପାଇଁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି ।

ଏବେ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାକୁ ଡିସିଜିଆଇ ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରାଯାଇଛି । ଏହି ଦୁଇ ଟିକାକୁ ଦେଶରେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣରେ ବହୁଳ ବ୍ୟବହାର କରାଯାଉଛି ।

Comments are closed, but trackbacks and pingbacks are open.