Latest Odisha News

BREAKING NEWS

[ଭିଡିଓ] ପିଏସ୍‌ଏଲ୍ (୨୦୨୨) ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ କରାଚୀ ଷ୍ଟାଡିୟମରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ପାକିସ୍ତାନ ସୁପର୍ ଲିଗକୁ (ଟି-୨୦) ନେଇ ବିବାଦ ତୁଟିବାର ନାଁ ଧରୁନି । ଚଳିତବର୍ଷ ଏହି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଏକାଧିକ ଖେଳାଳି କୋଭିଡ୍ ପଜିଟିଭି ଚିହ୍ନଟ ହୋଇଥିଲେ । ଆଉ ଏବେ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ହିଁ କରାଚୀ ଷ୍ଟାୟିଡମ୍‌ରେ ନିଆଁ ଲାଗିବା ଘଟଣା ଚର୍ଚ୍ଚାକୁ ଆସିଛି ।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମରାମତି ଚାଲିଥିବା ସମୟରେ ସର୍ଟ ସର୍କିଟ କାରଣରୁ ଷ୍ଟାଡିୟମରେ ନିଆଁ ଲାଗିଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ହେଲେ ଏକ ଅସ୍ଥାୟୀ କମେଣ୍ଟାରୀ ବକ୍ସ ଓ ଷ୍ଟାଡିୟମ୍ ଚାରିପଟେ ଥିବା କେବୁଲ୍ ତାର ଜଳି ନଷ୍ଟ ହୋଇଥିବା ସୂଚନା ରହିଛି । ତେବେ ଠିକଣା ସମୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା ।

ଆସନ୍ତାକାଲିଠୁ ପାକିସ୍ତାନ ସୁପର ଲିଗ୍ ଆରମ୍ଭ ହେବକୁ ଯାଉଛି । ତେବେ ଷ୍ଟାଡିୟମରେ ଅଗ୍ନିକାଣ୍ଡ ଘଟିଥିଲେ ହେଁ ନିର୍ଦ୍ଧାରିତ ଖେଳସୂଚୀରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନି । ୬ଟି ଦଳକୁ ନେଇ ଖେଳାଯିବାକୁ ଥିବା ପିଏସ୍‌ଏଲ୍‌ରେ ସର୍ବମୋଟ୍ ୧୫ଟି ମ୍ୟାଚ ଅନୁଷ୍ଠିତ ହେବ ।

Comments are closed, but trackbacks and pingbacks are open.