Latest Odisha News

ଡେରିରେ ଉଠିବା ପଛରେ ପୂର୍ବ ପୁରୁଷଙ୍କ ଡିଏନଏ ଦାୟୀ

କେତେକ ମଣିଷ ଶୀଘ୍ର ଉଠିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଡେରିରେ ଉଠିବାକୁ ଭଲ ପାଇଥାନ୍ତି । ଡେରିରେ ଉଠୁଥିବା ବ୍ୟକ୍ତିଙ୍କୁ ଅଳସୁଆ କୁହାଯାଉଥିବା ବେଳେ ଏବେ ଏ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଡେରି କିମ୍ବା ଶୀଘ୍ର ଉଠିବା ପଛରେ ପୂର୍ବପୁରୁଷଙ୍କ ଡିଏନଏ ଦାୟୀ । ଜୀନୋମ ବାୟୋଲୋଜି ଆଣ୍ଡ ଇଭୋଲେଶନ ଗବେଷଣାରେ ଏହି ତଥ୍ୟ ହସ୍ତଗତ ହୋଇଛି । ନିଏଣ୍ଡରଥାଲ ଓ ଡେନିସୋଭନ ଡିଏନଏ ଓ ଜିନ ମାଧ୍ୟମରେ ଶୀଘ୍ର ଉଠିବା ଅଭ୍ୟାସ ମଣିଷଙ୍କ ନିକଟରେ ପଂହଚିଛି ।

ମାତ୍ର ଏହା ସମସ୍ତଙ୍କ କ୍ଷେତ୍ରରେ କାହିଁକି ହୁଏନି ତାହା ଉପରେ ଗବେଷଣା ଚାଲିଛି । ପୂର୍ବଜଙ୍କ ମ୍ୟୁଟେଶନଯୋଗୁ ଧିରେ ଧିରେ ଏଥିରେ ପରିବର୍ତନ ହେବାରେ ଲାଗିଛି । ଫଳରେ ମଣିଷର ପ୍ରକୃତିରେ ଅନେକ ପରିବର୍ତନ ହେବାରେ ଲାଗିଛି । ଅଧିକ ଗବେଷଣା ପରେ ଆହୁର ତଥ୍ୟ ସମ୍ମୁଖକୁ ଆସିବ ବୋଲି ଆଶା କରାଯାଉଛି ।

Comments are closed.