Latest Odisha News

BREAKING NEWS

ଚିଲିକାରେ ରଙ୍ଗବେରଙ୍ଗ ପକ୍ଷୀ

ଟାଙ୍ଗୀ: ଚିଲିକାର ଉତ୍ତାଳ ତରଙ୍ଗ । ଆଉ ତରଙ୍ଗାୟିତ ଜଳରାଶିରେ ମାଳ ମାଳ ବିଦେଶାଗତ ପକ୍ଷୀ । ଚିଲିକାରେ ପହଁଚିଲେ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀ । କଳରବରେ ମୁଖରିତ ହେଉଛି ସାରା ପରିବେଶ ପୁଣି କଳରବରେ ମୁଖରିତ ହେଲା ଚିଲିକାର ପରିବେଶ । ଶୀତ ଆରମ୍ଭରୁ ଚିଲିକାରେ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି ।

BjdElectrycity

ପ୍ରତି ବର୍ଷ ଶୀତ ଆରମ୍ଭ ହେଇଗଲେ ସୁଦୁର ସାଇବେରିଆ ଇଣ୍ଡୋନେସିଆରୁ ପକ୍ଷୀଙ୍କ ସମାଗମ ହୋଇଥାଏ । ଏହି ପକ୍ଷୀ ସବୁ ଆକାଶ ପଥରେ ପ୍ରାୟ ଦେଢ଼ ହଜାର କିଲୋମିଟର ରୁ ଅଧିକ ବାଟରୁ ଉଡି ଆସିଥାନ୍ତି ଚିଲିକାକୁ ଖାଦ୍ୟ ଅନ୍ୱେଷଣରେ ପ୍ରାୟ ୨୦୦ ପ୍ରଜାତିରୁ ବେଶୀ ପକ୍ଷୀଙ୍କ ସମାଗମ ହୋଇଥାଏ ।

ପ୍ରାୟ ଶହେରୁ ଉର୍ଦ୍ଧ ପ୍ରଜାତିର ପକ୍ଷୀ ଯଥା ସୋଭଳର, ପିଣ୍ଟେଲ ,ଗଡ଼ଉଇଟ ଅଧିକ ସଂଖ୍ୟାରେ ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ପକ୍ଷୀଙ୍କ ସମାଗମ ହୋଇଛି । ହେଲେ ପାଣିପାଗରେ ସମସ୍ୟା ଯୋଗୁଁ କମ ସଂଖ୍ୟାରେ ପକ୍ଷୀ ଆସିଛନ୍ତି ଚିଲିକାକୁ । ଆଉ ଏହି ସବୁ ବିଦେଶୀ ପକ୍ଷୀ ଦେଖିବା ପାଇଁ ବିଭିନ୍ନ ସ୍ଥାନ ମାନଙ୍କରୁ ଲାଗିଲାଣି ଲୋକଙ୍କ ଭିଡ । ପର୍ଯ୍ୟଟକଙ୍କ ପାଇଁ ଟାଙ୍ଗୀ ରେଞ୍ଜ ଅଧୀନ ମଙ୍ଗଳାଯୋଡି ଚିଲିକା କୂଳରେ ଡ଼ଙ୍ଗା ର ବ୍ୟବସ୍ଥା ରହିଛି । ଏହା ସହିତ ଇକୋ କଟେଜ ମଧ୍ୟ ରହିଛି । ପର୍ଯ୍ୟଟକ ସୁବିଧାରେ ବୁଲିବା ସହିତ ରହିବା ଖାଇବା ବ୍ୟବସ୍ଥା ରହିଛି ।

ସେପଟେ ପକ୍ଷୀଙ୍କ ଆଗମନ ନେଇ ବନ୍ୟପ୍ରାଣୀ ବିଭାଗ ତରଫରୁ ପକ୍ଷୀ ସୁରକ୍ଷା କ୍ୟାମ୍ପ ଗଠନ କରାଯାଇଛି ।

Leave A Reply

Your email address will not be published.