Latest Odisha News

BREAKING NEWS

ସେପ୍ଟେମ୍ୱର ୨୯ରୁ ଆକାଶରେ ଦେଖାଯିବ ଚନ୍ଦ୍ର

ନୂଆଦିଲ୍ଲୀ: ସେପ୍ଟେମ୍ବର ଶେଷରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଏକ ଛୋଟିଆ ଚନ୍ଦ୍ର ପୃଥିବୀକୁ ପାଖାପାଖି ୧ ମାସ ପରିକ୍ରମା କରିବ। ଯାହାର ଅର୍ଥ ହେଉଛି ପୃଥିବୀରେ ଏହି ଦୁଇମାସ ମଧ୍ୟରେ ଦୁଇଟି ଚନ୍ଦ୍ର ଦେଖାଯିବ।

ଏହା ଆକାଶରେ ଦୃଶ୍ୟମାନ ହେଉଥିବା ଚନ୍ଦ୍ର ପରି ଦେଖାଯିବ ନାହିଁ, ବରଂ ଏହା ଏକ ଆଷ୍ଟ୍ରଏଡ୍ ଭଳି ଅତି ଛୋଟ ହେବ। ଏହି ମିନି ଚନ୍ଦ୍ରର ନାମ ହେଉଛି 2024 PT5।

ତେବେ ଏହି ଚନ୍ଦ୍ର ଖାଲି ଆଖିରେ ଦେଖାଯିବ ନାହିଁ। ଏହାକୁ ଦେଖିବା ପାଇଁ ଏକ ହାଇ ପାୱାରର ଟେଲିସ୍କୋପ ଆବଶ୍ୟକ ହେବ। ଏହି ମିନି-ଚନ୍ଦ୍ର 2024 PT5ର ବ୍ୟାସ ମାତ୍ର ୧୦ମିଟର (୩୩ ଫୁଟ)।

ସୂଚନା ଅନୁଯାୟୀ, ବୈଜ୍ଞାନିକମାନେ ଏହାକୁ ଚଳିତ ବର୍ଷ ଅଗଷ୍ଟରେ ଆବିଷ୍କାର କରିଥିଲେ। ସେପ୍ଟେମ୍ବର ୨୯ରୁ ନଭେମ୍ବର ୨୫ ପର୍ଯ୍ୟନ୍ତ ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ପ୍ରଭାବିତ ହେବ। ଏହି ଅବଧି ମଧ୍ୟରେ ଏହି ଗ୍ରହ ପୃଥିବୀ ଚାରିପଟେ ଘୁରି ବୁଲିବ, କିନ୍ତୁ ପରିକ୍ରମା ସଂପୂର୍ଣ୍ଣ କରିପାରିବ ନାହିଁ।

Comments are closed.