ନୂଆଦିଲ୍ଲୀ: ନେପାଳରେ ଭୂକମ୍ପ ଝଟକା । ଆଜି ସକାଳ ପ୍ରାୟ ୭ଟା ୨୪ ମିନିଟ୍ ସମୟରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା । କାଠମାଣ୍ଡୁଠାରୁ ପାଖାପାଖି ୫୫ କିଲୋମିଟର ଦୂରରେ ପଶ୍ଚିମ ଧାଡିଙ୍ଗରେ ଏହାର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଭୂକମ୍ପ ଝଟକା ପାଇ ସମସ୍ତେ ଘରୁ ବାହାରକୁ ଚାଲି ଆସିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କିଛି ସୂଚନା ମିଳିନି । ଉତ୍ତରପ୍ରଦେଶ, ବିହାର ଏବଂ ଦିଲ୍ଲୀ-ଏନସିଆରରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି ।
ଏହାପୂର୍ବରୁ ଅକ୍ଟୋବର ୧୬ ତାରିଖରେ ମଧ୍ୟ ନେପାଳର ଅନେକ ସ୍ଥାନରେ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଅକ୍ଟୋବର୩ ତାରିଖରେ ମଧ୍ୟ ନେପାଳର ଅନେକ ସ୍ଥାନରେ ଭୂକମ୍ପ ଝଟକା ଲାଗିଥିଲା । ନେପାଳରେ ଅଧ ଘଣ୍ଟା ମଧ୍ୟରେ ଦୁଇଟି ଭୂକମ୍ପ ହୋଇଥିଲା । ଯାହାର ତୀବ୍ରତା ୬.୨ ରହିଥିଲା । ଏକ ସପ୍ତାହ ତଳେ ଦିଲ୍ଲୀରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ନଥିଲା ।
Comments are closed.