Latest Odisha News

ଫେବୃଆରୀ, ମାର୍ଚ୍ଚ ନା ଏପ୍ରିଲ ? କେଉଁ ମାସରେ ଆସିଥାଏ ଅଧିକ ଭୂକମ୍ପ

ନୂଆଦିଲ୍ଲୀ: ଦୁନିଆରେ ଶକ୍ତିଶାଳୀ ଭୂକମ୍ପ କେଉଁ ମାସରେ ଅନୁଭୂତ ହୋଇଥାଏ ? ଏହି ପ୍ରଶ୍ନ ଆପଣଙ୍କ ମନରେ ବି ଆସୁଥିବ ନିଶ୍ଚୟ। ନିକଟରେ ଆସିଥିବା ଏକ ରିପୋର୍ଟ ଏନେଇ ଖୁଲାସା କରିଛି। 8 ତୀବ୍ରତାରୁ ଅଧିକ ଝଟକା ଦେଉଥିବା ଭୂକମ୍ପକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ପୂରା ବିଶ୍ୱରେ 1906ରୁ 2012 ଭିତରେ 8.4ରୁ ଅଧିକ ତୀବ୍ରତା ଥିବା ଭୂକମ୍ପ 22 ଥର ଅନୁଭୂତ ହୋଇଛି। ପରିସଂଖ୍ୟାନ ଅନୁସାରେ ପୂରା ବିଶ୍ୱରେ ଭୂକମ୍ପକୁ ନେଇ ଯେଉଁ ରିପୋର୍ଟ ପ୍ରସ୍ତୁତ କରାଯାଇଛି, ଯେଉଁଥିରେ ଉଲ୍ଲେଖ ରହିଛି ଯେ 30 ପ୍ରତିଶରୁ ଅଧିକ ଭୂକମ୍ପ ଝଟକା ମାର୍ଚ୍ଚ ମାସରେ ହୋଇଛି। ଫେବୃଆରୀ ଏହି ସଂଖ୍ୟା 20 ପ୍ରତିଶତ। ଅର୍ଥାତ 20 ପ୍ରତିଶତ ଶକ୍ତିଶାଳୀ ଭୂକମ୍ପ ଝଟକା ଫେବୃଆରୀ ମାସରେ ହୋଇଥାଏ। ଯଦି ଆମେ ଏହାକୁ ମୋଟ ଉପରେ ଦେଖିବା ତେବେ ଜାନୁୟାରୀରୁ ଏପ୍ରିଲ ଭିତରେ ଅଧିକ ଭୂକମ୍ପ ଅନୁଭୂତ ହୋଇଥାଏ।

106 ବର୍ଷରେ ଶକ୍ତିଶାଳୀ 22 ଭୂକମ୍ପ 

ପରିସଂଖ୍ୟାନ ଅନୁସାରେ 1906ରେ କୋଷ୍ଟ ଇକ୍ୱା଼ଡୋର ନିକଟରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା 8.8 ରହିଥିଲା। ଏହାପରେ 2011 ଯାଏ 22 ଥର ଏପରି ଶକ୍ତିଶାଳୀ ଭୂକମ୍ପ ପୂରା ଦୁନିଆକୁ ଦୋହଲାଇ ଦେଇଥିଲା। 1950ରେ ଗ୍ରେଟ୍ ଚିଲିୟନରେ 9.5 ତୀବ୍ରତ ଥିବା ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା। ଏହପରି 1964ରେ ଅଲାସ୍କାରେ ପ୍ରିନ୍ସ ବିଲିୟମ ମାଉଣ୍ଡରେ 9.2 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।

ସେହିପରି 2012 ରେ, ସୁମାତ୍ରାରେ 8.6 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାପରେ ଏପ୍ରିଲ 2015ରେ ନେପାଳରେ ଅନୁଭୂତ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ରିକ୍ଟର ସ୍କେଲରେ 7.8 ଏବଂ 8.2 ତୀବ୍ରତା ରହିଥିଲା । 2011ରେ ମଧ୍ୟ ଜାପାନରେ 9.1 ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଥିଲା ​​ଯାହା ବହୁତ ବଡ କ୍ଷୟକ୍ଷତି ଘଟାଇଥିଲା ।

ସୂଚନାଥାଉକି, ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଆଜି ସକାଳେ ଦିଲ୍ଲୀ-ୟୁପି-ହରିୟାଣା ସମେତ ଓଡ଼ିଶାରେ ଭୂକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ମାପ କରାଯାଇଥିଲା। ଏହାର କେନ୍ଦ୍ର ଧୌଲା କୁଆଁ ନିକଟସ୍ଥ ହ୍ରଦ ପାର୍କ ନିକଟରେ ଭୂମିର ପାଞ୍ଚ କିଲୋମିଟର ଗଭୀରରେ ହୋଇଥିଲା। ଏହାର ଗଭୀରତା କମ୍ ଥିବାରୁ, ଦିଲ୍ଲୀ ଏବଂ ଆଖପାଖ ସହରଗୁଡ଼ିକରେ ଏହାର ଭୂମିକମ୍ପ ଅଧିକ ଅନୁଭୂତ ହୋଇଥିଲା। ତେବେ ଏହାର ପ୍ରଭାବରେ ଉତ୍ତର ପ୍ରଦେଶର ମୁରାଦାବାଦ, ସହାରନପୁର, ଅଲୱର, ମଥୁରା ଏବଂ ଆଗ୍ରାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ହରିୟାଣାର କୁରୁକ୍ଷେତ୍ର, ହିସାର, କୈଥଲରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।

Comments are closed.