ଭୁବନେଶ୍ବର: ପ୍ରତ୍ୟେକ ବ୍ଲକରେ ଖୁବଶୀଘ୍ର ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ଖୋଲାଯିବ । ଏନେଇ ଆଜି ବିଧାନସଭାରେସୂଚନା ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।
ଏଥିସହିତ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଯେଉଁଠି ମଣ୍ଡି ବ୍ୟବସ୍ଥା ନାହିଁ ,ସେଠି ମଣ୍ଡି ବ୍ୟବସ୍ତା ଖୁବ୍ ଶୀଘ୍ର ହେବ । ସେଠାକୁ ଚାଷୀ କିଭଳି ନିଜ ଶସ୍ୟ ସୁରୁଖୁରୁରେ ଆଣି ବିକିବେ ତାହାର ବ୍ୟବସ୍ଥା କରାଯିବ । ଏଥି ସହ ଅତିରିକ୍ତ ପ୍ରଡକ୍ଟକୁ କିଭଳି ଷ୍ଟୋର କରି ରଖିବେ ତା ପାଇଁ ଶୀତଳଭଣ୍ଡାର ବ୍ୟବସ୍ଥା କରାଯିବ । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଁଏ ଶୀତଳଭଣ୍ଡାର ନିର୍ମାଣ ପାଇଁ ଯୋଜନା କରାଯାଉଛି। ପ୍ରତ୍ୟେକ ଚାଷୀଙ୍କୁ ତାଙ୍କର ମାନ୍ୟତା ମିଳିବ। କିପରି ଚାଷୀଙ୍କର ଉତ୍ପାଦ ନଷ୍ଟ ହେବ ନାହିଁ , ସଠିକ୍ ଦାମ ପାଇବେ ସେନେଇ ବ୍ୟବସ୍ଥା ଚାଲିଛି ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Comments are closed.