ପ୍ରତାପଗଡ଼: ରାଜସ୍ଥାନର ପ୍ରତାପଗଡ଼ରେ ଗୁରୁବାର ସକାଳ ୧୦.୦୭ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଘରୁ, ଅଫିସ ଏବଂ ଦୋକାନରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପ ପରେ କିଛି ସମୟ ପାଇଁ ଆତଙ୍କିତ ପରିବେଶ ସୃଷ୍ଟି ହୋଇଥିଲା। ଆଉ ସିସିଟିଭି କ୍ୟାମେରାରେ ଭୂକମ୍ପ ଝଟକା କଏଦ ହୋଇଥିଲା।
ପାଣିପାଗ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା। ଭୂକମ୍ପର କେନ୍ଦ୍ରଭୂମି ଭୂମିର ୧୦ କିଲୋମିଟର ଭିତରେ ଥିଲା।
ସୂଚନା ଅନୁଯାୟୀ, ଶ୍ରୀରାମ ମାର୍କେଟ, ଆକବରୀ ମାର୍କେଟ, ଗାନ୍ଧୀ ଚୌରାହା, ବସ୍ ଷ୍ଟେସନ, ଶୁଭମ୍ କଲେକ୍ସନ୍, ତଲାକ୍ ଖେଡା ସମେତ ସହରର ଅନେକ ସ୍ଥାନରେ ଭୂମିକମ୍ପ ହୋଇଥିଲା। ଉଣ୍ଡା ଖୋରା ଅଞ୍ଚଳର ଏକ ସରକାରୀ ସ୍କୁଲରେ ମାଟିରେ ହଲଚଲ ହେବା ମାତ୍ରେ ଶିକ୍ଷକ ତୁରନ୍ତ ପିଲାମାନଙ୍କୁ ଶ୍ରେଣୀଗୃହରୁ ବାହାରକୁ ନେଇଯାଇଥିଲେ।
ତେବେ ସହରର ସଦର ବଜାର, ଆରିଆପାଟି, ୱାଟର ୱାର୍କସ, ବଡ଼ ବାଗ କଲୋନୀ, ମାନପୁର ଏବଂ ହୀରା କଲୋନୀରେ ମଧ୍ୟ ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଥିଲେ। ଯାହା ପରେ ଲୋକମାନେ ଭୟଭୀତ ହୋଇ ଖୋଲା ସ୍ଥାନକୁ ପଳାଇ ଯାଇଥିଲେ।
Comments are closed.