ଦିଲ୍ଲୀ : ଦେଶରେ ପଡିଛି ପ୍ରକୃତିର କୋପ । ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ଥମିନଥିବା ବେଳେ ପୁଣି ଆଜି ସକାଳେ ଜିଜାଙ୍ଗ ପ୍ରଦେଶର ତିଦ୍ଦତରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୫ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ରେକର୍ଡ ହୋଇଛି । ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ଆସିନି ।
ଏହାପୂର୍ବରୁ ଶୁକ୍ରବାର ରାତିରେ ମରକ୍କୋରେ ହୋଇଥିବା ଭୂମିକମ୍ପକୁ ଲୋକେ ଭୁଲିନାହାନ୍ତି । ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି । ଏବଂ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳୁଛି । ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସବୁପ୍ରକାର ଚେଷ୍ଟା କରୁଛନ୍ତି । ଉଦ୍ଧାର ଓ ଚିକିତ୍ସା କାମରେ ଅହରହ ଲାଗିଛନ୍ତି ୨୫୦ରୁ ଅଧିକ ମେଡିକାଲ୍, ରିଲିଫ ଓ ରେସକ୍ୟୁ ଟିମ୍ । ସେପଟେ ଏହି ଘଟଣାକୁ ନେଇ ସରକାର ୩ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି ।
Comments are closed.