Latest Odisha News

BREAKING NEWS

ମରକ୍କୋ ପରେ ତିଦ୍ଦତରେ ଭୂକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୦ ରେକର୍ଡ, କ୍ଷୟକ୍ଷତିର ନାହିଁ ସୂଚନା

ଦିଲ୍ଲୀ : ଦେଶରେ ପଡିଛି ପ୍ରକୃତିର କୋପ  । ଉତ୍ତର ଆଫ୍ରିକୀୟ ରାଷ୍ଟ୍ର ମରକ୍କୋରେ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ଥମିନଥିବା ବେଳେ ପୁଣି ଆଜି ସକାଳେ ଜିଜାଙ୍ଗ ପ୍ରଦେଶର ତିଦ୍ଦତରେ ଭୂକମ୍ପ ଅନୁଭୂତ ହୋଇଛି  । ସକାଳ ୫ଟା ୪୦ ମିନିଟରେ ଏହି ଭୂମିକମ୍ପ ହୋଇଛି  । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୦ ରେକର୍ଡ ହୋଇଛି  । ଏ ପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ଆସିନି  ।

ଏହାପୂର୍ବରୁ ଶୁକ୍ରବାର ରାତିରେ ମରକ୍କୋରେ ହୋଇଥିବା ଭୂମିକମ୍ପକୁ ଲୋକେ ଭୁଲିନାହାନ୍ତି  । ବର୍ତ୍ତମାନ ସୁଦ୍ଧା ୨୦୦୦ରୁ ଅଧିକ ଲୋକଙ୍କର ଜୀବନ ଗଲାଣି  । ଏବଂ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବାର ସୂଚନା ମିଳୁଛି ।  ଆଗକୁ ମୃତକଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି  । ଏବେ ବି ଅନେକ ଲୋକ ଧ୍ବଂସାବଶେଷ ତଳେ ଫସି ରହିଛନ୍ତି  । ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ସବୁପ୍ରକାର ଚେଷ୍ଟା କରୁଛନ୍ତି । ଉଦ୍ଧାର ଓ ଚିକିତ୍ସା କାମରେ ଅହରହ ଲାଗିଛନ୍ତି ୨୫୦ରୁ ଅଧିକ ମେଡିକାଲ୍, ରିଲିଫ ଓ ରେସକ୍ୟୁ ଟିମ୍ । ସେପଟେ ଏହି ଘଟଣାକୁ ନେଇ ସରକାର ୩ ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି  ।

Leave A Reply

Your email address will not be published.