Latest Odisha News

BREAKING NEWS

ବଙ୍ଗୋପସାଗରରେ ଭୂମିକମ୍ପ ଝଟକା, ତୀବ୍ରତା ୪.୫…

ନୂଆଦିଲ୍ଲୀ: ରବିବାର ସକାଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଏକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।ଇଣ୍ଡିଆନ୍ ନ୍ୟାସନାଲ୍ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ (INCOIS) ଅନୁଯାୟୀ, ବଙ୍ଗୋପସାଗରରେ ୪.୫ ତୀବ୍ରତାର ଏକ ଭୂମିକମ୍ପ ରେକର୍ଡ କରାଯାଇଛି। ତେବେ ବିଶାଖାପାଟଣାର ଅନେକ ସ୍ଥାନରେ କମ୍ପନ ଅନୁଭୂତ ହୋଇଛି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ 5:05:46 (IST) ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର କେନ୍ଦ୍ର ବଙ୍ଗୋପସାଗର ମଧ୍ୟରେ କାକିନାଡା ଉପକୂଳରୁ ପ୍ରାୟ ୨୨୫ କିଲୋମିଟର ଦୂରରେ, ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ 16.805° ଉତ୍ତର ଅକ୍ଷାଂଶ ଏବଂ 84.381° ପୂର୍ବ ଦ୍ରାଘିମାରେ ଅବସ୍ଥିତ ଥିଲା।

ପ୍ରଶାସନ ଦ୍ୱାରା ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ରିପୋର୍ଟ ହୋଇନାହିଁ।

Comments are closed.