Latest Odisha News

BREAKING NEWS

ଥରିଲା ମେଘାଳୟ: ରିକ୍ଟର ସ୍କେଲରେ ତୀବ୍ରତା ୫.୨ ରେକର୍ଡ, କ୍ଷୟକ୍ଷତିର ନାହିଁ ସୂଚନା

ନୂଆଦିଲ୍ଲୀ: ଥରିଲା ମେଘାଳୟ । ଗତକାଲି ସନ୍ଧ୍ୟା ପ୍ରାୟ ୬ ଟା ୧୫ ମିନିଟରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୨ ରହିଛି  । ଉତ୍ତର ଗାରୋ ହିଲ୍ସ ଏହାର କେନ୍ଦ୍ରସ୍ଥଳ ରହିଛି । ଏପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନି । ଭୂପୃଷ୍ଠରୁ ୧୦କିଲୋମିଟର ଗଭୀରରେ ଉତ୍ତର-ପୂର୍ବ ରାଜ୍ୟର ଉତ୍ତର ଗାରୋ ହିଲ୍ସ ଜିଲ୍ଲାରେ ଏହି କମ୍ପନ ଘଟିଛି।

ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଜିଲ୍ଲା ମୁଖ୍ୟାଳୟର ରେସୁବେଲପାରା ଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଅବସ୍ଥିତ ଥିଲା। କେବଳ ମେଘାଳୟ ନୁହେଁ , ପଶ୍ଚିମବଙ୍ଗ, ଆସାମ ଏବଂ ସିକ୍କିମର ଉତ୍ତର ଭାଗରେ ମଧ୍ୟ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । କୌଣସି କ୍ଷୟକ୍ଷତି ଖବର ସାମ୍ନାକୁ ଆସିନଥିବେଳେ ଲୋକ ଭୟଭୀତ ହୋଇ ଖୋଲା ସ୍ଥାନକୁ ଆସି ଆଶ୍ରୟ ନେଇଥିବା ଦେଖିବାକୁ ମିଳିଥିଲା ।

ରବିବାର ହରିୟାଣାର କିଛି ସ୍ଥାନରେ ସ୍ୱଳ୍ପଧରଣର ଭୂକମ୍ପ ଦେଖାଯାଇଥିଲା। ଦିନ ପ୍ରାୟ ୧୧ଟା ୨୬ରେ  ୨.୬ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଥିଲା। ଏହାର କେନ୍ଦ୍ର ସ୍ଥଳ ରୋହତକ ଠାରୁ ୭ କିମି ଦୂର ବୋଲି ଜଣାପଡ଼ିଥିଲା। ସେପ୍ଟେମ୍ବର ମାସରେ ମଧ୍ୟ ଆସାମରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା  । ଯାହାର ତୀବ୍ରତା ୪.୪ ଥିଲା । ସେହିପରି  ଅଗଷ୍ଟ ମାସରେ ଆସାମର ପଶ୍ଚିମ କାର୍ବି ଆଙ୍ଗ୍ଲୋଙ୍ଗ ଜିଲ୍ଲା ନିକଟରେ ୪.୪ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.