Latest Odisha News

ଜମ୍ମୁକଶ୍ମୀର ଓ ଲଦାଖରେ ୫.୭ ତୀବ୍ରତା ଭୂକମ୍ପ ଝଟକା ଅନୁଭୂତ

ଶ୍ରୀନଗର: ଗତ କିଛି ବର୍ଷ ମଧ୍ୟରେ ଦେଶର ଅନେକ ସ୍ଥାନରେ ଭୂକମ୍ପ ଝଟକା ଲଗାତାର ଅନୁଭୂତ ହେଉଛି । ଆଜି ପୁଣି ଅପରାହ୍ନରେ ଜମ୍ମୁକଶ୍ମୀର ଏବଂ ଲଦାଖର ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏହା ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ଭୂକମ୍ପ ଯୋଗୁଁ ବଡଧରଣର କ୍ଷତି ହେବାର ଆଶଙ୍କା ରହିଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଲଦାଖ ଓ ଜାମ୍ମୁ କାଶ୍ମୀରରେ ଘଟିଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରହିଛି । ଏଥି ସହିତ, ଅନ୍ୟାନ୍ୟ ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପ ୫.୭ ମ୍ୟାଗ୍ନିଚ୍ୟୁଟ ରହିଛି । ଏହି ସ୍ତରର ଭୂକମ୍ପ ବିପଜ୍ଜନକ ବୋଲି ବିବେଚନା କରାଯାଏ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ସୋମବାର ଅପରାହ୍ନ ୩.୪୮ ରେ ଏହି ଭୂକମ୍ପ ଘଟିଛି । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଲଦାଖରେ ଭୂପୃଷ୍ଠରୁ ୧୦ ଗଭୀରରେ ସୃଷ୍ଟି ହୋଇଛି ।

 

Comments are closed.