Latest Odisha News

ଜାପାନରେ ବଡ ଧରଣର ଭୂକମ୍ପ, ସୁନାମି ଆଲର୍ଟ

ନୁଆଦିଲ୍ଲୀ: ଜାପାନରେ ବଡ ଧରଣର ଭୂକମ୍ପ । ଶକ୍ତିଶାଳୀ ଭୂକମ୍ପରେ ଥରିଲା ମାଟି ଭାଙ୍ଗିଲା ଘର । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୯ ରହିଥିବା ନେଇ ସୂଚନା । ଭୂକମ୍ପ ପରେ ଜାପାନରେ ଏବେ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି । ଏନେଇ ଦେଶର ମେଟ୍ରୋଲୋଜିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ।

ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ଜାପାନର କ୍ୟୁଶୁ ଅଞ୍ଚଳରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ମିଆଜାକି ପ୍ରିଫେକ୍ଚର ବୋଲି କୁହାଯାଉଛି । ଭୂମିକମ୍ପର ଗଭୀରତା ୩୭ କିଲୋମିଟର ଥିଲା । ଜାପାନର ସମୟ ରାତି ୯ଟା ୨୯ ମିନିଟ ସମୟରେ ମିଆଜାକିରେ ଭୂକମ୍ପ ହୋଇଥିଲା । ଭୂକମ୍ପ ପରେ ଜାପାନର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ନେଇ ସତର୍କ ସୂଚନା ଜାରି କରାଯାଇଛି । ସେପଟେ କିନ୍ତୁ ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏହି ଭୂମିକମ୍ପ ତୀବ୍ରତା କାରଣରୁ ୧ ମିଟର ଉଚ୍ଚ ଲହରୀ ବିଶିଷ୍ଟ ସୁନାମି ଆସିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଜାପାନ ମେଟ୍ରୋଲୋଜିକାଲ ସେଣ୍ଟର।

ଭୂକମ୍ପ ସମୟର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘର ଦ୍ବାରା ସବୁ ଭୁଶୁଡି ପଡିବା ସହ ରାସ୍ତାରେ ଅନେକ ଗାଡି ଦୋହଲିବା ଦେଖିବାକୁ ମିଳିଛି । ତେବେ ମୃତାହତ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ସରକାରୀ ସ୍ତରରେ ମଧ୍ୟ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.