Latest Odisha News

BREAKING NEWS

ମିଆଁମାରରେ ଭୟଙ୍କର ଭୂମିକମ୍ପ: ରିକ୍ଟର ସ୍କେଲରେ ତୀବ୍ରତା ୪.୫ ରେକର୍ଡ

ନୂଆଦିଲ୍ଲୀ : ମିଆଁମାରରେ ଭୟଙ୍କର ଭୂମିକମ୍ପ । ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି  । ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନି ।  ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ୩୦ କିଲୋମିଟର ଗଭୀରତାରେ ରହିଥିଲା ।

ଭୂମିକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇ ଘର ବାହାରକୁ ପଳାଇଆସିଥିଲେ । ଗତ ୫ ଦିନ ତଳେ ମିଆଁମାରରେ ୪.୩ ଭୂକମ୍ପ ଝଟକା ଲାଗିଥିଲା । ତା’ ପୂର୍ବରୁ ନେପାଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା ।  ନେପାଳରେ ପ୍ରାୟ ୭.୨୪ ସମୟରେ ତୀବ୍ର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୫ ତାରିଖରେ ୟୁପି, ବିହାର ଏବଂ ଦିଲ୍ଲୀ-ଏନସିଆର ସମେତ ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା ।

Comments are closed.