Latest Odisha News

BREAKING NEWS

ଆଇଏସଏଲ: ଓଡିଶା ଏଫସିର ନୈରାଶ୍ୟଜନକ ପ୍ରଦର୍ଶନ ଜାରି, ଇଷ୍ଟବେଙ୍ଗଲଠାରୁ ୩-୧ରେ ହାରିଲା

ଭୁବନେଶ୍ୱର:ଗୋଆର ତିଳକମୈଦାନ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଇଣ୍ଡିଆନ ସୁପର ଲିଗ ଫୁଟବଲ ଏକ ମୁକାବିଲାରେ ଓଡିଶା ଏଫସି ପୁନର୍ବାର ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଇଷ୍ଟବେଙ୍ଗଲ ୩-୧ ଗୋଲରେ ଓଡିଶା ବିପକ୍ଷରେ ସହଜ ବିଜୟ ହାସଲ କରିଛି । ସମ୍ପୂର୍ଣ୍ଣ ମ୍ୟାଚରେ ଇଷ୍ଟବେଙ୍ଗଲ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଇଷ୍ଟବେଙ୍ଗଲ ୨-୦ର ଅଗ୍ରଣୀ ହାସଲ କରି ନେଇଥିଲା ।

ଆନ୍ଥୋନୀ ପ୍ଲିଙ୍କିଙ୍ଗଟୋନ (୧୨ତମ), ମାଘୋମା (୩୯ତମ) ଏହି ୨ଟି ଗୋଲ ସ୍କୋର କରିଥିଲେ । ଦ୍ୱିତୀୟାର୍ଦ୍ଧର ୮୮ତମ ମିନିଟରେ ବ୍ରାଇଟ ଇନବୋଖରେ ଆଉ ଏକ ଗୋଲ ସ୍କୋର କରି ଦଳକୁ ୩-୦ରେ ଅଗ୍ରଣୀ କରାଇ ନେଇଥିଲେ । ଓଡିଶା ଡିଏଗୋ ମୌରିସିଓ ୯୦ତମ ମିନିଟରେ ଗୋଟିଏ ଗୋଲ କରି ଦଳର କିଛିଟା ସମ୍ମାନ ରଖିଥିଲେ ।

Leave A Reply

Your email address will not be published.