ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜୋରସୋର୍ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ନିଆରା ଉଦ୍ୟମ ଆରମ୍ଭ ହୋଇଛି । ଭୁବନେଶ୍ୱର ରେଲୱେ କୋଚିଂ ଡିପୋରେ ଥିବା ଟ୍ରେନର ବଗିଗୁଡିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି ।
East Coast Railway is converting 261 coaches into isolation wards to prepare for a fight against #Coronavirus. Out of 261, 46 coaches are being converted into isolation wards at Coaching Depot, Bhubaneswar. #Odisha pic.twitter.com/dDeMJUb5BL
— ANI (@ANI) April 3, 2020
କରୋନା ମୁକାବିଲା ପାଇଁ ୨୬୧ କୋଚକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ସ୍ତରରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ୪୬ଟି ବଗିକୁ ସମ୍ପୂର୍ଣ୍ଣ ରୂପେ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଥିବା ଜଣାପଡିଛି । ଏଥିସହ ବଗିଗୁଡିକୁ ପୁରା ସାନିଟାଇଜ ମଧ୍ୟ କରାଯାଇଛି ।
Comments are closed.