Latest Odisha News

ଟ୍ରେନ୍ ବଗିରେ ଆଇସୋଲେସନ୍ ୱାର୍ଡ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି କ୍ରମରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ନିଆରା ଉଦ୍ୟମ ଆରମ୍ଭ ହୋଇଛି । ଭୁବନେଶ୍ୱର ରେଲୱେ କୋଚିଂ ଡିପୋରେ ଥିବା ଟ୍ରେନର ବଗିଗୁଡିକୁ ଆଇସୋଲେସନ ୱାର୍ଡରେ ପରିଣତ କରାଯାଇଛି ।

କରୋନା ମୁକାବିଲା ପାଇଁ ୨୬୧ କୋଚକୁ ଆଇସୋଲେସନ୍ ୱାର୍ଡରେ ପରିଣତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ପ୍ରାଥମିକ ସ୍ତରରେ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ୪୬ଟି ବଗିକୁ ସମ୍ପୂର୍ଣ୍ଣ ରୂପେ ଆଇସୋଲେସନ୍ ୱାର୍ଡରେ ପରିଣତ କରାଯାଇଥିବା ଜଣାପଡିଛି । ଏଥିସହ ବଗିଗୁଡିକୁ ପୁରା ସାନିଟାଇଜ ମଧ୍ୟ କରାଯାଇଛି ।

Leave A Reply

Your email address will not be published.