Latest Odisha News

BREAKING NEWS

ସେପ୍ଟେମ୍ବର ୩ରୁ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା; ଘୋଷଣା ହେଲା ଓଡ଼ିଶା ଦଳ

ଭୁବନେଶ୍ବର: ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଆସନ୍ତା ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ପୋଖାରୀପୁଟ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ । ଏହି ପ୍ରତି‌ଯୋଗିତାରେ ୬ ରାଜ୍ୟ ଓଡ଼ିଶା, ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡ ଭାଗନେବେ। ଏଥିରେ ଉଭୟ ଟିମ୍ ଓ ବ୍ୟକ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ସୋମବାର ଓଡ଼ିଶା ଦଳ ଘୋଷିତ ହୋଇଛି।

ସୂଚନାଥାଉକି, ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ସଂଘ ଦ୍ବାରା ପଞ୍ଜିକୃତ ଖେଳାଳିମାନେ ହାସଲ କରିଥିବା ରୢାଙ୍କିଂ ପଏଣ୍ଟ୍‌ ସହ ଏକ ଟ୍ରାଏଲ୍ସକୁ ନେଇ ଓଡ଼ିଶା ଦଳ ଘୋଷଣା କରାଯାଇଛି।

ଓଡ଼ିଶାର କନିଷ୍ଠ ଦଳରେ ସୌମ୍ୟଜିତ ସାହୁ, ଦିବ୍ୟମ୍ କେଜ୍ରିୱାଲ, ଶୁଭ୍ରକେତନ ମଲ୍ଲିକ, ନିମିଶା ଓଝା, ସ୍ୱାତି ନାୟକ, ଆଶ୍ବିକା ମିଶ୍ର ରହିଛନ୍ତି । ବରିଷ୍ଠ ଦଳରେ ତହସିବ୍ ଖାନ, ଦିବ୍ୟମ କେଜ୍ରିୱାଲ, ଜୈସ ଅଗ୍ରୱାଲ, ଅଭିଜିତ ମହାରଣା, ତନ୍ମୟ କୁମାର ସାହୁ, ଶୁଭ୍ରକେତନ ମଲ୍ଲିକ, କଲଗା ଜଗଦୀଶ, ତୁମି ବାକ୍‌ଚି, ହର୍ଷିତା ରାଉତ, ଆଶ୍ରିୟ ଜି. ବିରୋପ, ନିମିଶା ଓଝା, ସ୍ୱାତି ନାଏକ, ଅଶ୍ୱିକା ମିଶ୍ର, ସ୍ୱିଟିପ୍ରିୟା ପ୍ରଧାନ ରହିଛନ୍ତି ।

ଏହି ଖେଳାଳିମାନେ ବାଳକ ଓ ବାଳିକା ଏକକ ଯୁଗଳ ଓ ମିଶ୍ରିତ ଯୁଗଳରେ ଭାଗନେବେ। ପୂର୍ବାଞ୍ଚଳ ପ୍ରତିଯୋଗିତା ପୂର୍ବରୁ ଭୁବନେଶ୍ୱରଠାରେ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ।

ସେପ୍ଟେମ୍ବର ୩ରୁ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା; ଘୋଷଣା ହେଲା ଓଡ଼ିଶା ଦଳ

Comments are closed.